କୋରାପୁଟରେ ବ୍ୟାପୁଛି ଅଜଣା ରୋଗ । ନାରାୟଣପାଟଣା ବ୍ଲକରେ ଅଜଣା ରୋଗରେ ଅନେକ ଶିଶୁ ଆକ୍ରାନ୍ତ ହେବା ସହ ୯ ଶିଶୁଙ୍କ ମୃତ୍ୟୁ ହେଲାଣି। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଶିଶୁ ବିଶେଷଜ୍ଞ ଟିମ୍ ନାରାୟଣପାଟଣାରେ ପହଁଚିଛି। ମୁଣ୍ଡିଗୁଡା, ଗତିଗୁଡ଼ା ଓ ଜାମଡାବାଲସା ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ଏହା ଗୋଟିଏ ସଂକ୍ରମିତ ରୋଗ, ଭୟଭୀତ ନହେବା ସହିତ ଦେହ ଅସୁସ୍ଥ ଅନୁଭବ କଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପରାମର୍ଶ କରିଛନ୍ତି ଏହି ବିଶେଷଜ୍ଞ ଟିମ। ଆସନ୍ତାକାଲି କେନ୍ଦ୍ରରୁ ଆଇସିଏମଆର ର ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ବନ୍ଧୁଗାଁ, ନାରାୟଣପାଟଣା, ଲକ୍ଷ୍ମୀପୁର ଗସ୍ତ କରିବା ନେଇ ସୂଚନା ରହିଛି। ଅଞ୍ଚଳରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଶା, ଅଙ୍ଗନୱାଡ଼ି, ସ୍ୱାସ୍ଥ୍ୟର୍ମୀଙ୍କ ଦ୍ଵାରା ରୋଗ ସମ୍ପର୍କରେ ସର୍ଭେ ଜାରି ରହିଥିବା ବେଳେ ୫୬ ଶିଶୁଙ୍କୁ ଟୀକାକରଣ କରାଯାଇଛି। ଏବଂ ୭୦ ଶିଶୁଙ୍କୁ ବୁଷ୍ଟର ଡୋଜ ଦିଆଯାଇଥିବା ଏଡିପିଏଚଓ କହିଛନ୍ତି। ତେବେ ଶିଶୁମାନେ ସିକିଲ୍ସେଲ ଓ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now