ଏଥର ରଜ ବଜାରରେ ମୁହାଁମୁହିଁ ହେବେ ଅନନ୍ତା ଓ ବୁଟୁ। ଜଣେ ଖାଣ୍ଟି ଓଡ଼ିଆତ୍ବର ଅନୁଭବ ଦେବ ତ’ ପୁଣି ଅନ୍ୟ ଜଣେ ଡରରେ ଥରାଇବ। କାରଣ ବହୁ ଦିନ ବ୍ୟବଧାନରେ ରଜ ବଜାରକୁ ଆସୁଛନ୍ତି ଦୁଇ ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଓ ବାବୁସାନ ମହାନ୍ତି। ବ୍ୟାସକବି ଫକୀର ମୋହନ ସେନାପତିଙ୍କ ‘ରାଣ୍ଡୀପୁଅ ଅନନ୍ତା’ ଗଳ୍ପ ଆଧାରିତ ସବ୍ୟସାଚ୍ଚୀଙ୍କ ଚଳଚ୍ଚିତ୍ର ‘ଅନନ୍ତା’ ଓ ହରର୍ ବିଷୟବସ୍ତୁକୁ ନେଇ ବାବୁସାନଙ୍କ ଚଳଚ୍ଚିତ୍ର ‘ବୋଉ, ବୁଟୁ ଓ ଭୂତ’ ରଜ ବଜାରରେ ଦର୍ଶକଙ୍କୁ ସିନେମା ହଲ୍କୁ ଟାଣିବ ବୋଲି ଆଶା କରାଯାଉଛି।ଉଭୟ ଚଳଚ୍ଚିତ୍ର ରଜ ପୂର୍ବଦିନ ଶୁକ୍ରବାର ଅର୍ଥାତ ଜୁନ୍ ୧୨ରେ ରିଲିଜ୍ ହେବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now