ଅନୁଗୁଳରେ ପୁଣି ହାତୀ ଆତଙ୍କ, ଘରେ ସୋଇଥିବା ଯୁବକୁ କଚାଡି ମାରିଲା ଦନ୍ତା ହାତୀ

ଅନୁଗୁଳ :  ଅନୁଗୁଳ ଜିଲ୍ଲାରେ ଗତକିଛି ମାସ ହେବ ହାତୀମାନଙ୍କ ଆତଙ୍କ ବଢିବାରେ ଲାଗିଛି ।  ନିତିଦିନ ହାତୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି । ସେହିପରି ଆଜି ଅନଗୁଳ ଜିଲ୍ଲା ପାଳଲହଡା ଥାନା ପାଳଲହଡା ବନାଞ୍ଚଳ ଅନ୍ତର୍ଗତ ପେଚାମୁଣ୍ଡି ଗ୍ରାମରେ ଗତ ବିଳମ୍ବିତ ରାତିରେ ଘର ବାରଣ୍ଡାରେ ସୋଇଥିବା ବେଳେ ଜଣେ ଯୁବକକୁ ଟେକିନେଇ କଚାଡି ମାରିଛି ଏକ ଦନ୍ତା ହାତୀ I ସୂଚନା ଅନୁଯାଇ ପେଚାମୁଣ୍ଡି ଗ୍ରାମର ପବିତ୍ର ନାଏକ ବ୍ୟକ୍ତି ଖାଇ ପିଇ ସାରି ଘରେ ଶୋଇଥିଲେ, ପରେ ଅତ୍ୟଧିକ ଗରମ ହେବାରୁ ସେ ବାରଣ୍ଡାରେ ଖଟ ପକେଇ ଶୋଇଥିଲେ । ତେବେ ବିଳମ୍ବିତ ରାତ୍ରିରେ ପାଖ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ତାଙ୍କୁ ଶୋଇଥିବା ଅବସ୍ଥାରେହିଁ ଟେକି ନେଇ କଚାଡି ଦେଇଥିଲା ଏବଂ ପାଦ ରେ ଦଳି ଦେଇଥିଲା ଯାହାଫଳ ରେ ଘଟଣା ସ୍ଥଳରେ ପବିତ୍ର ଙ୍କ ର ମୃତ୍ୟୁ ଘଟିଥିଲା I ପରିବାର ଲୋକେ ଏ ନେଇ ବନ ବିଭାଗକୁ ଖବର ଦେବା ପରେ ବନବିଭାଗ ଓ ପାଳଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି I

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *