Angul

ପାଳଲହଡ଼ା ବ୍ଲକରେ ହେଉଥିବା ବିଭିନ୍ନ ଦୃର୍ନୀତି ବିରୋଧର ବିଜେପି ପକ୍ଷରୁ ବିକ୍ଷୋଭ ଓ ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର।

ପାଳଲହଡା : ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କ ହିତ ପାଇଁ ବିଭିନ୍ନ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ପାଳଲହଡା ବ୍ଲକରେ ବିଭିନ୍ନ ସମୟରେ ଦୁର୍ନୀତି କୁ ନେଇ କିଛି ବ୍ଲକ ଅଧିକାରୀ ଚର୍ଚ୍ଚା ର ପରିସର ବା ବିବାଦ ଭିତରେ ଛନ୍ଦି ହୋଇ ପଡନ୍ତି । ଗତ କିଛି ଦିନ ପୂର୍ବରୁ ପାଳଲହଡା ଉପାନ୍ତ ବରଡିହ ପଞ୍ଚାୟତ ର ଖଡକା ଠାରୁ କୁମ୍ଭାରମାଟିଆ ରାସ୍ତା ଦୁର୍ନୀତି ଖବର ବିଭିନ୍ନ ଖବର କାଗଜ ଓ ଗଣ ମାଧ୍ୟମରେ ଦୁର୍ନୀତି ର ଶିରୋନାମା ପାଲଟି ଥିବା ବେଳେ ଆଜି ବିଜେପି ମଣ୍ଡଳ ପକ୍ଷରୁ ପାଳଲହଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତ ରେ ମନରେଗା ଯୋଜନା ଠାରୁ ଆରମ୍ଭ କରି SFC ଟଙ୍କା ହେରଫେର ହେଉଥିବା ବିଭିନ୍ନ ସମୟରେ ଦୃଷ୍ଟି ଗୋଚର ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଥିବା ଅଧିକାରୀ ଓ କର୍ମଚାରୀ ଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ତା ପ୍ରତିବାଦରେ ଶତାଧିକ ବିଜେପି କର୍ମୀ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ସ୍ଥାନୀୟ ବିଜେଡି ବିଧାୟକ ବ୍ଲକର ଦୁର୍ନୀତି ର  ମଙ୍ଗୁଆଳ ସାଜିଥିବା ବିଜେପି ପକ୍ଷରୁ ଅଭିଯୋଗ କରା ଯାଇଛି । ଅନ୍ୟ ପକ୍ଷରେ ଉପଜିଲ୍ଲାପାଳ ଙ୍କ ଜରିଆରେ ଅନୁଗୋଳ ଜିଲ୍ଲାପାଳ ଙ୍କ ନିକଟକୁ ସମସ୍ତ ଦୁର୍ନୀତି ର ତଦନ୍ତ ପାଇଁ ଏକ ଦାବି ପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ଏହାର ଏକକିତା ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଞ୍ଚାୟତରାଜ ମନ୍ତ୍ରୀ, ୫ଟି ସଚିବ, ଭିଜିଲାନ୍ସ ବିଭାଗ ନିକଟକୁ ପଠାଯାଇଛି।

ସୂଚନା ମୁତାବକ କିଛି ଦିନ ପୂର୍ବରୁ ପାଳଲହଡ଼ା ବ୍ଲକ ରେ ବିଭିନ୍ନ ଖବର କାଗଜ ରେ ବିନା କାମରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କାର୍ତ୍ତିକ ମଲ୍ଲିକଙ୍କୁ ରାତାରାତି ବଦଳି ହୋଇଥିବା ଅଭିଯୋଗ କୁ ଭାରତୀୟ ଜନତା ପାର୍ଟି ଆଜି ସ୍ୱରଉତ୍ତଳନ କରି ସ୍ଥାନୀୟ ବିଡ଼ିଓ ଦିଲ୍ଲିପ କୁମାର ବାଡା, ସହକାରୀ ଯନ୍ତ୍ରୀ ତେଜସ୍ଵିନୀ ଦଳାଇ ଓ କନିଷ୍ଠ ଯନ୍ତ୍ରୀ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ଙ୍କ ନିଲମ୍ବିତ ଦାବି ନେଇ ପାଲଲହଡା ବିଜେପି ପକ୍ଷ ରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଫଲସ ବିଲ ବାବଦରେ କେବଳ ଯନ୍ତ୍ରୀ କାହିଁକି ଦାୟୀ ରହିବେ ବ୍ଲକ ବିଡିଓ ଓ ମହିଳା ସହକାରୀ ଯନ୍ତ୍ରୀ କାହିଁକି ଉତ୍ତର ଦାୟୀ ନ ରହିବେ ବୋଲି ବିଜେପି ପ୍ରଶ୍ନ କରିଛି । ବିଜେପି ନେତା ଅଶୋକ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେଉଁ ଫଲସ ବିଲରେ ଯନ୍ତ୍ରୀ , ସହକାରୀ ଯନ୍ତ୍ରୀ ଓ ବିଡ଼ିଓ ମହାଶୟଙ୍କ ର ଦସ୍ତଖତ ଥିଲା ସେଠି କାହିଁକି କେବଳ ଯନ୍ତ୍ରୀ ଙ୍କୁ ବଦଳି କରିଦିଆ ଗଲା ଓ କେଉଁ ଆଧାର ରେ ବିଡ଼ିଓ ଏହାର ତଦନ୍ତ ର ଭାର ନେଲେ ?  ଯିଏ ନିଜେ ଏହି ଦୁର୍ନୀତିରେ ସାମିଲ ସେ କେମିତି ଏହାର ତଦନ୍ତ କରିବେ ।

 ସୂଚନା ଅନୁଯାୟୀ ଖଡକା ଠାରୁ କୁମ୍ଭାରମାଟି ରାସ୍ତା କାମ ନହୋଇ ଅନ୍ୟ ଏକ ପେଚାମୁଣ୍ଡି ପଂଚାୟତ ଜଙ୍କପାଣି ଗ୍ରାମ ରେ ସୂଚନା ଫଳକ ଲଗାଯାଇ ସମ୍ପୂର୍ଣ 10 ଲକ୍ଷ ଟଙ୍କା ବିଲ ଉଠାଇ ନିଆଗଲା ଓ ସେଭଳି ବତିସୂଆଁ ପଞ୍ଚାୟତ ରଞ୍ଜଣା ଠାରୁ ହାତୀମୁଣ୍ଡ ରାସ୍ତା ଓ କଲଭଟ ର ବିନା କାମରେ ବିଲ୍ ହେବା କ୍ଷେମଳା ପଞ୍ଚାୟତ ବରକୋଟିଆ ଠାରୁ କୁସୁମନଗର ପର୍ଯ୍ୟନ୍ତ ରାସ୍ତା ତିଆରି ନହୋଇ ମିଥ୍ୟା ବିଲ୍ ଉଠିବା ପ୍ରସଙ୍ଗ କୁ ନେଇ ଆଜି କାର୍ଯ୍ୟ ନ ହୋଇ ବିଲ ପାସ କରିଥିବା ଓ ଏହି ଦୁର୍ନୀତି ରେ ସାମିଲ ଥିବା ଏହି ସମସ୍ତ ଅଧିକାରୀ ଙ୍କୁ ନିଲମ୍ବିତ ଓ ଗିରଫ ଦାବିରେ ପାଳଲହଡ଼ା ବ୍ଲକ ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲାପାଳ ଙ୍କ ନିକଟରେ ଦାବି କରି ଛନ୍ତି । ଆଜି ର ଏହି କାର୍ଯ୍ୟକ୍ରମ ରେ  ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅଶୋକ ମହାନ୍ତି, ବରିଷ୍ଠ ବିଜେପି ନେତା ତଥା ଜିଲ୍ଲା ଉପସଭାପତି ଲିଙ୍ଗରାଜ ଦାଶ, ନିଜିଗଡ ପଞ୍ଚାୟତ ର ଲୋକପ୍ରିୟ ସରପଞ୍ଚ ଶଶିଭୂଷଣ ଆଚାର୍ଯ୍ୟ, ପାଲଲହଡା ମଣ୍ଡଳ ସଭାପତି ପଞ୍ଚାନନ ସାହୁ,ବିଧାନସଭା ସଂଯୋଜକ ଚନ୍ଦନ ସ୍ୱରାଜ, ବିଧାନସଭା ପ୍ରଭାରୀ ବିଜୟ ମାଝୀ, ଲୋକସଭା ବିସ୍ତାରକ ଅମୃତ ରଞ୍ଜନ ସ୍ୱାଇଁ,ଖେମଳା ମଣ୍ଡଳ ସଭାପତି ଧର୍ମେନ୍ଦ୍ର ସାହୁ, ତନ୍ମୟ ସାହୁ, ଅଲେଖ ଜେନା ଓ ଅନେକ ମହିଳା ନେତ୍ରୀ ସାମିଲ ହୋଇଥିଲେ ।

Related Articles

Leave a Reply

Your email address will not be published.

Back to top button