ଆହୁରି ୩ରୁ ୪ ଦିନ ଉପକୂଳ ଓଡ଼ିଶାରେ କଲବଲ କରିବ ତାତି

Spread the love

ଆହୁରି ୩ ରୁ ୪ ଦିନ ଉପକୂଳ ଓଡ଼ିଶାରେ କଲବଲ କରିବ ତାତି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକାଙ୍କ ପକ୍ଷରୁ ସୂଚନା ଦେଇଛନ୍ତି। ‘ସମ୍ପୂର୍ଣ୍ଣ ଓଡ଼ିଶାରେ ମୌସୁମୀ ଅଗ୍ରସର ହେବାକୁ ଆହୁରି ସମୟ ଲାଗିବ’। ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା’ ରହିଛି। ‘ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ ପ୍ରବଳ ବର୍ଷା ସମ୍ଭାବନା’ରହିଛି। ‘ଜୁନ୍‌ ୧ରୁ ଆଜି ଯାଏଁ ରାଜ୍ୟରେ ୪୧% ନିଅଣ୍ଟିଆ ବର୍ଷା ରେକର୍ଡ’କରାଯାଇଛି ।ରାଜ୍ୟରେ ଚଳିତ ବର୍ଷ ଏଯାବତ୍ ଅଂଶୁଘାତରେ ୪୧ ଜଣଙ୍କ ମୃତ୍ୟୁହୋଇଥିବାନେଇ ଏସ୍‌ଆର୍‌ସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ‘ଅଂଶୁଘାତଜନିତ ମୃତ୍ୟୁ ନେଇ ୧୬୧ଟି ଅଭିଯୋଗ ଆସିଥିଲା’। ‘ଆଉ କିଛି ପୋଷ୍ଟମର୍ଟମ ରିପୋର୍ଟ ଆସିବାକୁ ବାକି ଅଛି’।

Leave a Reply

Your email address will not be published. Required fields are marked *