ଓଲିଉଡ୍ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଆରମ୍ଭ କଲେ ନୂଆ ଇନିଂସ। ଜାଗୃତି ଶୁକ୍ଳାଙ୍କ ସହ ଅନୁଭବଙ୍କର ନିର୍ବନ୍ଧ ହୋଇଛି। ମାର୍ଚ୍ଚ ୧୧ରେ ବାହାଘର। ଜାଗୃତିଙ୍କ ସହ ଅନୁଭବଙ୍କର ନିର୍ବନ୍ଧର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ତେବେ ଉଭୟ ଅନୁଭବ ଓ ଜାଗୃତି ଏ ସମ୍ପର୍କରେ କୌଣସି ମନ୍ତବ୍ୟ ନ ଦେଇ ଗଣମାଧ୍ୟମରୁ ଦୂରେଇ ରହିଛନ୍ତି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବୈବାହିକ ଜୀବନରେ ବିବାଦ ଓ ଝଡ଼ ସୃଷ୍ଟି ପରେ ବାନ୍ଧବୀ ଜାଗୃତିଙ୍କ ହାତ ଧରିଛନ୍ତି ଅନୁଭବ। ଜାଗୃତି ଲୋକସଭା ଟିଭିର ଉପସ୍ଥାପିକା ଥିଲେ। ବିବାହର ୧୦ ବର୍ଷ ପରେ ବର୍ଷାଙ୍କ ସହ ଅନୁଭବଙ୍କ ଛାଡ଼ପତ୍ର ହୋଇଥିଲା। ଡିସେମ୍ୱର ୨୧, ୨୦୨୩ରେ ପରସ୍ପରଠୁ ଅଲଗା ହୋଇଥିଲେ ଅନୁଭବ ଓ ବର୍ଷା। ତେବେ ଜାଗୃତିଙ୍କ ସହ ସମ୍ପର୍କରୁ ଅନୁଭବଙ୍କ ସହ ବର୍ଷାଙ୍କ ବିବାଦର ସୂତ୍ରପାତ ହୋଇଥିଲା ବୋଲି ସେତେବେଳେ ଗୁଜବ ଉଠିଥିଲା। କିଛି ଦିନ ଆଗରୁ ଅନୁଭବଙ୍କ ବାୟୋଗ୍ରାଫି ଲେଖି ଚର୍ଚ୍ଚାକୁ ଆସିଥିଲେ ଜାଗୃତି। ଅନୁଭବଙ୍କ ଦ୍ୱିତୀୟ ବିବାହକୁ ନେଇ ସବୁଠି ଚର୍ଚ୍ଚା।

Naxatra News is now on Whatsapp
Join and get latest news update delivered to you via whatsapp
Join Now