ଏସସିବିରେ ଆହତଙ୍କୁ ଭେଟିଲେ ଅପରାଜିତା

Spread the love

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଲୋକଙ୍କୁ ମଙ୍ଗଳବାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭେଟିଛନ୍ତି । ସେ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହା ସହ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ମେଡିକାଲ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।। ଏସିବିରେ ଆହତଙ୍କୁ ଭେଟିବା ପରେ ସେ କହିଛନ୍ତି ଯେ ଆହତମାନଙ୍କୁ ଭଲ ଚିକିତ୍ସା ଯୋଗାଇ ଦିଆଯାଉଛି । ଏସସିବିରେ ସବୁ ବିଭାଗରେ ଡାକ୍ତରମାନେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ସବୁ ଆହତ ଧୀରେ ଧୀରେ ସୁସ୍ଥ ହେଉଛନ୍ତ । ଅପରପକ୍ଷରେ ଏବେ ରାଜନୀତି କରିବାର ସମୟ ନୁହେଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟରେ ଆହତମାନଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

Leave a Reply

Your email address will not be published. Required fields are marked *