ପାରାଦୀପ ବନ୍ଦରରେ ୨ଜାହଜ ଗିରଫ

ଗିରଫ ହେଲେ ଦୁଇ ଜାହାଜ ।  ତୁରନ୍ତ ଗିରଫ କରିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ସମ୍ପୃକ୍ତ ଦୁଇ ଜାହାଜକୁ ଗିରଫ କରିଛି ପାରାଦୀପ ମେରାଇନ ପୋଲିସ | ଉକ୍ତ ଦୁଇ ଜାହାଜ ଏବେ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ବେଳେ ଏକ ସାମୁଦ୍ରିକ ଚୁକ୍ତି ଖିଲାପ ବିବାଦ ସମ୍ପର୍କିତ ମାମଲାର ବିଚାର କରି ଏଭଳି ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ । ଓସିନ ଜାଡେ ଓସିନ ମୋର୍ଗାନାଇଟ ଜାହାଜ  ପାରାଦୀପରେ ଥିବା ବେଳେ ଆଲ୍ଫାଡ ମେରାଇନ ଲିମିଟେଡ ପକ୍ଷ୍ୟରୁ ଏହି ମାମଲା ଦାୟର କରାଯାଇଥିଲା । ପ୍ରାୟ 428 କୋଟି ଟଙ୍କା ଦାବିକରି ସମ୍ପୃକ୍ତ ସଂସ୍ଥା ଦୁଇ ଜାହାଜ କୁ ତୁରନ୍ତ ଗିରଫ କରିବା ଓ ଗିରଫ ନହେଲେ ସେମାନଙ୍କର ପ୍ରଭୁତ୍ଵ କ୍ଷତି ଘଟିବ ବୋଲି ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟ ରୁ ନିର୍ଦ୍ଦେଶ ଆସିବା ପରେ ମେରାଇନ ପୋଲିସ ଓ କୁଜଙ୍ଗ ସବ ଜଜ ଆସି ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଉକ୍ତ ଜାହାଜ କୁ ଗିରଫ ନୋଟିସ ଜାରି କରିବା ସହ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଜାଗା ଛାଡି ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ଦୁଇ ଜାହାଜ ସପର୍ଟିଂ ଜାହାଜ ଭାବେ କାର୍ଯ୍ୟ କରନ୍ତି ।ଦୂର ସମୁଦ୍ର ମଧ୍ୟରେ ବୃହତ ଜାହାଜକୁ ଏମାନେ ବିଭିନ୍ନ ଆବଶ୍ୟକୀୟ ପଦାର୍ଥ ଯୋଗାଇବାରେ ନିୟୋଜିତ ହୋଇଥାନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *