ବିଚାର କରନ୍ତୁ ବାଚସ୍ପତି:ଯାହା ହେଲା ଠିକ୍ ହେଲା କି- ଅରୁଣ

ଛୋଟିଆ ଦାବିଟେ ଥିଲା। ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିଦେଇଥିଲେ କଅଣ ବେଦ ଅଶୁଦ୍ଧ ହୋଇଯାଉଥିଲା କି। ସେଥିଲାଗି ବାଧ୍ୟ ହୋଇ କଂଗ୍ରେସ ଆଉ ଏକ ପନ୍ଥା ଆପଣାଇଲା। କିଛି ଏମିତି ଢଙ୍ଗରେ କଂଗ୍ରେସର ଦାବିକୁ ଗ୍ରହଣ ନ କରି ନିଲମ୍ୱନ ଦଣ୍ଡ କେତେଦୂର ଯୁକ୍ତିଯୁକ୍ତ ଥିଲା ବୋଲି ଶୂନ୍ୟକାଳରେ ପଏଣ୍ଚ ଅଫ ଅର୍ଡର ଜରିଆରେ ଅଙ୍ଗୁଳି ଉଠାଇଛନ୍ତି ବିଜେଡି ବିଧାୟକ ଡକ୍ଚର ଅରୁଣ କୁମାର ସାହୁ। ବିଧାନସଭାରେ ବିରୋଧୀ ତାଙ୍କ ଦାବି ରଖିବେ। ବିଭିନ୍ନ ପ୍ରସଙ୍ଗ ଉଠାଇଲେ ବି ଯଦି ତାକୁ ରେକର୍ଡରେ ରହିବନି, ତାହେଲେ ବିରୋଧୀ ବିଧାନସଭା ଆସିବେ ବା କାହିଁକି। ଏ କ୍ଷେତ୍ରରେ ବାଚସ୍ପତି ନିଜର କ୍ଷମତା କାହିଁକି ପ୍ରଦର୍ଶନ କଲେନି। ସସପେଣ୍ଡ ପାଇଁ ଶାସକ ଦଳ ଯଦିଓ ମୋସନ ଆଣିଲେ, ତାକୁ କାଟିବାର କ୍ଷମତା ଅଛି ବାଚସ୍ପତିଙ୍କର। କାରଣ ବିଧାନସଭାର ସର୍ବେସର୍ବା ହେଉଛନ୍ତି ବାଚସ୍ପତି। ବିଚାର ନ କରି ସମସ୍ତଙ୍କୁ ନିଲମ୍ୱିତ କରିଦିଆଗଲା। ଏମିତିରେ କଂଗ୍ରେସ ବିଧାୟକଙ୍କ କଥା ରେକର୍ଡରେ ରହିଲାନି କି ଆଗକୁ ରହିବନି। ଯଦି ନିଲମ୍ୱିତ କରିବାର ଥିଲା, ଆଗରୁ କରିଥାଆନ୍ତେ। ଗୃହ ବାହାରେ ଆଲୋଚନା ଲାଗି ପ୍ରସ୍ତୁତ କହୁଥିବା ଶାସକ ଦଳ କଅଣ ବିନା ବିରୋଧୀରେ ଗୃହରେ ଆଲୋଚନା କରିବାକୁ ଚାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଅରୁଣ। ବିଧାନସଭା ଆଗରେ ପୁଲିସ ଛାଉଣୀରୁ ଲାଗୁଥିଲା ଯେମିତି ଇସ୍ରାଏଲ ଓ ପାଲେଷ୍ଟାଇନ୍ ଭିତରେ ସମରସଜ୍ଜା। ଶାସକ ଦଳ ଏଭଳି ମୋସନ ଆଣି ନାରୀ ସମାଜକୁ ନିନ୍ଦିତ କଲେ। ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ଗୃହ କମିଟି ଗଠନ ଦାବି କରୁଥିଲେ କଂଗ୍ରେସ ସଭ୍ୟ। ବାଚସ୍ପତି ନିଜ କ୍ଷମତାର କାହିଁକି ବ୍ୟବହାର କରୁନାହାନ୍ତି। ନିଲମ୍ୱିତ କଂଗ୍ରେସର ସମସ୍ତ ବିଧାୟକଙ୍କୁ ଫେରାଇ ଅଣାଯାଉ। ଆଲୋଚନାରେ ଭାଗ ନେବାକୁ ସୁଯୋଗ ଦିଆଯାଉ। ନୂଆ ବିଧାୟକଙ୍ଗ ବେକରେ ଛୁରୀ ମାରିବା ଠିକ୍ ହେଉନି। ଏହା ଅସ୍ମିତାକୁ କୁଠାରଘାତ କରୁଛି। ଏମିତି ବାଗରେ ବାଚସ୍ପତିଙ୍କ ଦାୟିତ୍ୱ ଓ ସରକାରୀ ଦଳର ଉତ୍ତରଦାୟିତ୍ୱକୁ ନେଇ ଅନୁରୋଧ ଛଳରେ ପରାମର୍ଶ ଦେଇଥିଲେ ଅରୁଣ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *