ବ୍ୟୟମଞ୍ଜୁରୀ ବିଲ୍ ଆଲୋଚନାରେ ଭାଗ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅରୁଣ ସାହୁ। ଡବଲ ଇଞ୍ଜିନ୍ ସରକାରର ଜୀବନ ଅଶାନ୍ତ ବାତାବରଣ ଓ ଅସ୍ଥିରତା ଭିତରେ ଗତି କରୁଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଛି। ଭାରତୀୟଙ୍କ ହାତରେ କଡ଼ି ଓ ଗୋଡ଼ରେ ବେଡି ପକାଇ ଅଣାଗଲା। ତା ସତ୍ତ୍ୱେ ଟ୍ରମ୍ପଙ୍କ ଆଶୀର୍ବାଦ ପାଇଁ ଲାଇନରେ ଠିଆ ହୋଇଛନ୍ତି ମୋଦି ସରକାର। ୧୦ ପ୍ରତିଶତ ପରିବାର ହାତରେ ଦେଶର ୫୭ ପ୍ରତିଶତ ଅର୍ଥ। ଷ୍ଟକମାର୍କେଟ ପତନ ଆଡ଼କୁ ଗତି କଲାଣି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆକାଶଛୁଆଁ ହୋଇଛି। ପେଟ୍ରୋଲ ଦର ନ କହିବା ଭଲ। ଯୁବ ପୀଢି ଏବେ ନାଗଫାଶରେ। କୁଆଡ଼େ ଗଲା ବର୍ଷକୁ ୮ଲକ୍ଷ ଚାକିରୀ। ରାଜ୍ୟ ସରକାର ବି ହାତୀ ଭଳି ବଜେଟ୍ କରିଦେଲେ। କିନ୍ତୁ ଖର୍ଚ୍ଚ ପିମ୍ପୁଡ଼ି ଭଳି କରୁଛନ୍ତି। ସରକାରଙ୍କ ତଦନ୍ତ ଟିଭି ପରଦାରେ ଚାଲୁଛି। ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର ମୁହଁମାଡ଼ି ପଡ଼ିବା, ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା, ଚିକିଟି ମଦମୃତ୍ୟୁ, ଭରତପୁର ଥାନା କାଣ୍ଡ, ରତ୍ନଭଣ୍ଡାର ଖୋଲିବା, ବାରବାଟି ଅନ୍ଧାରରୁ ନେଇ ମାଣ୍ଡିପଙ୍କା ତଦନ୍ତ ରିପୋର୍ଟ ଗଲା କୁଆଡ଼େ ବୋଲି ପଚାରିଛନ୍ତି ଅରୁଣ। ରାଜ୍ୟ ଏବେ କ୍ରାଇମ୍ ଟୁରିଜିମ୍ ପାଲଟିଛି। ଯାହାର ଗାଇଡ୍ ସାଜିଛି ବିଜେପି। ଓଡ଼ିଶାକୁ ଗୁଜୁରାଟିକରଣ କରିବା ଚାଲିଛି। ବେଦାନ୍ତ ପାଇଁ ଯେଉଁ ସଂସ୍ଥା ବିଜ୍ଞାପନ ଦେଇଛି, ତାହାର ରହସ୍ୟ କଅଣ। ତା ପଛରେ କିଏ ବୋଲି ପଚାରିଥିଲେ ଅରୁଣ।

Naxatra News is now on Whatsapp
Join and get latest news update delivered to you via whatsapp
Join Now