ଅଶୋକ ପଣ୍ଡାଙ୍କ ପାଇଁ ଭୁରି ଭୁରି ପ୍ରଶଂସା

() ପର୍ଯ୍ୟଟନ ମନ୍ତ୍ରୀ ଉତ୍ତର ରଖିଲେ। କିନ୍ତୁ ଅଧିକାଂଶ ପ୍ରଶ୍ନକର୍ତ୍ତାଙ୍କ ମୁହଁରେ ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପାଇଁ ଭୁରି ଭୁରି ପ୍ରଶଂସା। ବିଧାନସଭାରେ ପ୍ରଶ୍ନୋତ୍ତର କାଳରେ କିଛି ଏମିତି ଚିତ୍ର ଆରମ୍ଭରୁ ଶେଷ ଯାଏ ଦେଖିବାକୁ ମିଳିଥିଲା। ଏହାକୁ ବିରଳ କହିଲେ କିଛି ଭୁଲ୍ ହେବନି। ସେପଟେ ମଦ ପାଇଁ ଉତ୍ତର ଦେଇଥିବା ମନ୍ତ୍ରୀ ଅଶ୍ୱିନୀଙ୍କୁ ଅବଶ୍ୟ ଗୋପବନ୍ଧୁ କରିବାକୁ ଭୁଲିନଥିଲେ ସୁର।
ବିଧାନସଭାର ପ୍ରଶ୍ନୋତ୍ତର କାଳ। ପର୍ଯ୍ୟଟନ ବିଭାଗରୁ ଆରମ୍ଭ ହୋଇଥିଲା ପ୍ରଶ୍ନ। ଉତ୍ତର ରଖୁଥିଲେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର। ଜଣକ ପରେ ଜଣେ ପ୍ରଶ୍ନକର୍ତ୍ତା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ବିକାଶ ଦିଗରେ ପଚାରୁଥିଲେ। ଆଉ ମନ୍ତ୍ରୀ ବି ଉତ୍ତର ଦେଉଥିଲେ। ହେଲେ ଅଧିକାଂଶ ପ୍ରଶ୍ନକର୍ତ୍ତାଙ୍କ ମୁହଁରେ କିନ୍ତୁ ଥିଲା ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଲାଗି ଭୁରି ଭୁରି ପ୍ରଶଂସାର ସୁଅ। ଆଉ ଅଶ୍ୱିନୀଙ୍କୁ ସିଧାସଳଖ ଟାର୍ଗେଟ। ସେ ଶାସକ ହୁଅନ୍ତୁ କି ବିରୋଧୀ ସଭ୍ୟ। କିଛି ଏମିତି ବିରଳ ଦୃଶ୍ୟର ସାକ୍ଷୀ ସାଜିଥିଲା ଆଜି ବିଧାନସଭାର ପ୍ରଶ୍ନୋତ୍ତର କାଳ।
ସେପଟେ ମନ୍ତ୍ରୀ ଅଶ୍ୱିନୀ ପାତ୍ର ବି ଶେଷରେ ପ୍ରଶ୍ନକର୍ତ୍ତାଙ୍କ ଶରବ୍ୟରୁ ବର୍ତ୍ତିବାକୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁ ବି ଧରିବାକୁ ବାଧ୍ୟ ହୋଇଗଲେ। ପର୍ଯ୍ୟଟନ ମନ୍ତ୍ରୀ ଥିଲା ବେଳେ ଅଶୋକ ପଣ୍ଡା ଅନେକ ପ୍ରକଳ୍ପର ବିକାଶ ଲାଗି ଟଙ୍କା ଦେଇଥିଲେ ସତ ବୋଲି କହିଛନ୍ତି। ଆଉ ସେ ସବୁର ବିକାଶକୁ ତ୍ୱରାନ୍ୱିତ କରାଯିବ ବୋଲି କଥା ବି ଦେଇଛନ୍ତି ଗୃହରେ।
ପର୍ଯ୍ୟଟନ ମନ୍ତ୍ରୀ ଭାବରେ ଉତ୍ତର ଦେବାକୁ ଅଶ୍ୱିନୀଙ୍କ ପାଳି ସିନା ସରିଗଲା।
ଆଉ ଏହି ପାଳି ଭିତରେ ବାହିନୀପତି, ସାଲୁଜା, ରାଜକିଶୋର, ମୋହନ ମାଝୀଙ୍କ ଭଳି ନେତାଙ୍କ ସହ ହାଲୁକା ଟକରାଟକରି ସ୍ଥିତି ଉପୁଜିଥିଲା। ହେଲେ ଅବକାରୀ ମନ୍ତ୍ରୀ ଭାବେ ସୁରଙ୍କ ପ୍ରଶ୍ନର ଉତ୍ତର ଦେଇ ସୁରଙ୍କୁ ସନ୍ତୁଷ୍ଟ ଯଦିଓ କରିପାରିନଥିଲେ। କିନ୍ତୁ ସୁର ମନ୍ତ୍ରୀଙ୍କୁ
ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ଭଳି ସରଳ ସ୍ୱଭାବର ମନ୍ତ୍ରୀ ଆଜି ପ୍ରଶ୍ନୋତ୍ତର କାଳରେ ଏକପ୍ରକାର ଅକଳରେ ପଡ଼ିଯାଇଥିଲେ। ହେଲେ ପରିସ୍ଥିତି ସମ୍ଭାଳି ବି ନେଇଥିଲେ। ଆଉ ପର୍ଯ୍ୟଟନ ବିଭାଗ ସମ୍ପର୍କିତ ପ୍ରଶ୍ନୋତ୍ତର ବେଳେ ମନ୍ତ୍ରୀ ଅଶୋକ ପଣ୍ଡା କିନ୍ତୁ ପୁଳାଏ ପ୍ରଶଂସା ପାଇଗଲେ ଯେମିତି।
ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ