ଓଡ଼ିଶା

ସରିଲା ଶ୍ରୀମନ୍ଦିର ନାଟ ମଣ୍ଡପର ଅନୁଧ୍ୟାନ

ପୁରୀ: ଶ୍ରୀମନ୍ଦିର ନାଟ ମଣ୍ଡପରେ ଫାଟ । ୪ ବର୍ଷ ତଳେ ଯେଉଁ ଫାଟ ଥିଲା ଆଜି ବି ସେଇ ଫାଟ ସେମିତି ଅଛି । ଦୀର୍ଘ ୨ ଘଣ୍ଟା ଧରି ଯାଞ୍ଚ କରି ସ୍ଥିତି ପରଖିଛି ଏଏସଆଇ ଟିମ । ନାଟମଣ୍ଡପରେ ଫାଟ ଥିବା କଥା କହିବା ସହ ଏହାର ମରାମତି କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବା ନେଇ କହିଛନ୍ତି । କାମ ଆସନ୍ତା ବର୍ଷ ମାର୍ଚ୍ଚ – ଏପ୍ରିଲ ସୁଦ୍ଧା ସରିବା ନେଇ ସୂଚନା ଦେବା ସହ କାମ ସମୟରେ ମଧ୍ୟ କ୍ରାକ ଟ୍ରାଂଶମିଟର ଲାଗି ରହିବା ନେଇ ଏଏସଆଇ ପକ୍ଷରୁ କୁହାଯାଇଛି।  

ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଯାଞ୍ଚ ପାଇଁ ଆଜି ପୁରୀ ଗସ୍ତ କରିଥିଲେ ଏଏସଆଇର ଏକ ଉଚ୍ଚସ୍ତରୀୟ ଟିମ । ନାଟମଣ୍ଡପର ୪ଗୋଟି ପିଲର ଏବଂ ବିମ୍ ସମେତ କ୍ୟାପିଟାଲ ବିମ୍‍ଗୁଡ଼ିକର ଦୁର୍ବଳ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଛି। ପାଣି ଗଳୁଥିବା ନାଟମଣ୍ଡପ ଓ ଜଗମୋହନ ଛାତ ସ୍ଥିତି ଅନୁଧ୍ୟାନ ପାଇଁ ଖଡ଼ଗପୁର ଆଇଆଇଟିକୁ ଦାୟିତ୍ୱ ଦିଆଯାଇଛି।

ସେପଟେ ଶ୍ରୀମନ୍ଦିର ମରାମତି ପାଇଁ ନକ୍ସା ତିଆରି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ଶ୍ରୀମନ୍ଦିର ଚେନ୍ନାଇ, ବରୋଦା ଏବଂ ଦିଲ୍ଲୀର କେତେକ ବୈଷୟିକ କର୍ମଚାରୀ ଏହି କାର୍ଯ୍ୟରେ ଲାଗି ପଡ଼ିଛନ୍ତି। । ବୈଷୟିକ କୋର୍‍ କମିଟି ନିକଟରେ ଖୁବ୍‍ଶୀଘ୍ର ନକ୍ସା ଉପସ୍ଥାପନ କରାଯିବ। ସେମାନଙ୍କ ଅନୁମୋଦନ ପରେ ଆର୍ଥିକ ମଞ୍ଜୁରୀ ପାଇଁ ଏଏସ୍‍ଆଇ ମୁଖ୍ୟ କାର୍ଯ୍ୟାଳୟ ପଠାଯିବ। ।

ପିଣ୍ଟୁ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button