ସଂରକ୍ଷଣକୁ ନେଇ ତାତିଲା ବିଜେଡି- ନାରୀ ସୁରକ୍ଷା ନେଇ ଘଣ୍ଟ ବାଡ଼େଇଲା କଂଗ୍ରେସ

ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳରୁ ଆଜି ବି ପ୍ରଶ୍ନକାଳ ଚାଲିପାରିଲାନି। ଗୃହ କାର୍ଯ୍ୟ ଆରମ୍ଭମାତ୍ରେ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାକୁ ସମର୍ଥନ କରିଥିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ବାଚସ୍ପତି ଶୋକସନ୍ତପ୍ତ ପରିବାରରକୁ ସମବେଦନା ଜ୍ଞାପନ ପରେ ଦିଂବଗତ ସଦସ୍ୟଙ୍କ ପାଇଁ ଗୃହରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଆଉ ଶୋକପ୍ରସ୍ତାବ ସରୁ ସରୁ ବିଜେଡି ଓ କଂଗ୍ରେସ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲା। ଗୃହରେ ଘଣ୍ଟ ବାଡ଼େଇ ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ଗୃହ କମିଟି ଗଠନ, ଦୋଷୀଙ୍କ ବିରୁଦ୍ଧରେ କଠୋର ଆକ୍ସନ, ଦୁଷ୍କର୍ମ ପୀଡିତାଙ୍କୁ ଉପଯୁକ୍ତ ଥଇଥାନ ଆଦି ଦାବିରେ ହଙ୍ଗାମା କରିଥିଲା। ସେପଟେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣକୁ ନେଇ ଅସଙ୍ଗତିକୁ ଗଣ୍ଠି କରିଥିଲା ବିଜେଡି। ଅନୁସୂଚିତ ଜାତି, ଜନଜାତି, ଓବିସିଙ୍କୁ ଉପଯୁକ୍ତ ସଂରକ୍ଷଣ ନେଇ ହାତରେ ପ୍ଲାକାର୍ଡ ଧରି ବିରୋଧ କରିଥିଲା। ଶିଶୁ ସରକାର ଏବେ ଶୁଖୁଆ ସରକାରରେ ପରିଣତ ହୋଇଗଲେଣି। କିନ୍ତୁ କିଛି ଶିଖିଲେନି। ଫଳରେ ବାଧ୍ୟ ହୋଇ ଆଗ ଗୃହକୁ ୧୨ଟା୯ଯାଏ ବାଚସ୍ପତି ମୁଲତବୀ କରିଥିଲେ। ଏହା ପରେ ଗାନ୍ଧମୂର୍ତ୍ତି ତଳେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଥିଲା ବେଳେ ବିଜୁ ପ୍ରତିମୂର୍ତ୍ତି ତଳେ ବିଜେଡି ଧାରଣା ଦେଇଥିଲା। ଏହା ପରେ ସମାନ ଦାବିକୁ ନେଇ ପୁଣି ହଟ୍ଟଗୋଳ ହେବାରୁ ଗୃହକୁ ଅପରାହ୍ନ ଗୋଟାଏ ଯାଏ ମୁଲତବୀ କରାଯାଇଥିଲା। ଗୃହର ସୁପରିଚାଳନା ପାଇଁ ଉପବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଶାସକ ଦଳ କହିଛି, ଗୃହକୁ ନ ଚଳାଇଦେବାର ମାନସିକତାରେ ଆସୁଛନ୍ତି ବିରୋଧୀ। ଜାଣିଶୁଣି ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନାକୁ ନଷ୍ଟ କରୁଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *