ସୁଜାତା କାର୍ତ୍ତିକେୟାନ ପାଣ୍ଡିଆନ ଭଲ ଅଫିସର। ମୁଁ ଯେତେବେଳେ ଶକ୍ତି ବିଭlଗରେ ମନ୍ତ୍ରୀ ଥିଲି, ବିଦ୍ୟୁତ ବିଭାଗରେ ଅନେକ ସଂସ୍କାର ବହୁତ ହେଇଥିଲା । ସର୍ବସାଧାରଣରେ ମୁଁ ପ୍ରଦୀପ ଜେନାଙ୍କୁ ଧନ୍ୟବାଦ ଵି ଦେଇଥିଲି। ସେ ବିଦ୍ୟୁତ ବିଭାଗ ପାଇଁ ଭଲ କାମ କରିଥିଲେ । ସେ ରାଜନେତା ହୁଅନ୍ତୁ ଅବା ସଚିବ ହୁଅନ୍ତୁ ଯେଉଁ ମାନେ ଭଲ କାମକରିବେ ଧନ୍ୟବାଦ ଜଣାଇବାରେ ଅସୁବିଧା ନାହିଁ । ନୂଆ ସରକାର ଏବେ କାହା ରଖିପାରୁ ନାହାନ୍ତି। ସେ କଥା ସରକାର କହିବେ । ସେହିପରି ଭକ୍ତଦାସ ପ୍ରତିକ୍ରିୟା ରଖିଛନ୍ତି ସୁଜାତା କର୍ତକାୟ ପାଣ୍ଡିଆନ ରାଜନୀତିକୁ ଆସିଲେ ବହୁତ୍ ଭଲ ହେବ । ସେ ଓଡ଼ିଶା ର ଝିଅ ସରକାରୀ ଚାକିରି କରିଥିଲେ। ସେଥିରେ ସେ ସନ୍ତୁଷ୍ଟ ନଥିଲେ । ଏବେ ସେ ରାଜନୀତି କରିବାକୁ ଚାହୁଁଛନ୍ତି । ଏହା ମନ୍ଦ ନୁହ । କିନ୍ତୁ ତାଙ୍କ ସ୍ବାମୀ କାର୍ତ୍ତିକେୟ ପଣ୍ଡିଆନାଙ୍କୁ ଓଡ଼ିଶାବାସୀ ରିଜେକ୍ଟ କରିଦେଇଛନ୍ତି । ବ୍ୟୁରୋକ୍ରେଶିରେ ମଧ୍ୟ ବହୁତ୍ ଜିନିଷ କରିପାରିଥାନ୍ତୁ । ସେ କିଛି କରି ପାରିଲେ ନାହିଁ । କାରଣ ତାଙ୍କ କିଛି ଚରୁନଥିଲା। ତାଙ୍କ ସ୍ବାମୀଙ୍କ କଥା ଚାଲୁଥିଲା । କିନ୍ତୁ ସୁଜାତା ଓଡିଶାର ଝିଅ ହୋଇଥିବାରୁ ଏଠାରେ ରାଜନୀତି କରିପାରିବେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now