ବାସୁଦେବପୁର ନିମୀକ ରାସ୍ତା ଶ୍ରିଯଙ୍ଗ ନିକଟସ୍ଥ ଯୋଡ଼ିପୋଲ ନିକଟରେ ୩ ଜଣ ଦୃର୍ବୁତ୍ତ ମରଣାତ୍ମକ ଆକ୍ରମଣ କରି ୨ ଜଣ ବାଟୋଇଙ୍କ ଠାରୁ ୩୦ ହଜାର ଟଙ୍କା ସହ ଗାଡ଼ି ଲୁଟି ନେଇଛନ୍ତି। ଏକ ପଲ୍ସର ରେ ବିଶ୍ୱଜିତ୍ ସାହୁ ଓ ଜିତେଶ ବେହେରା ବାଇକ୍ ଯୋଗେ ଘରକୁ ଫେରୁଥିଲେ। ସେହି ସମୟରେ ୩ ଜଣ ଯୁବକ ଆସି ବିଶ୍ୱଜିତ୍ ଗାଡ଼ିକୁ ଅଟକାଇ ଥିଲେ। ପରେ ଦୁର୍ବୁତ୍ତ ମାନେ ଖଣ୍ଡାରେ ଆକ୍ରମଣ କରି ରକ୍ତାକ୍ତ କରିବା ସହ ବିଶ୍ୱଜିତ୍ ପାଖରେ ଥିବା ୩୦ ହଜାର ଟଙ୍କା ସହ ଗାଡ଼ିକୁ ନେଇ ଫେରାର ହୋଇଥିଲେ। ପରେ ଆହତମାନେ ଖନ୍ତାପଡ଼ା ଓ ଗୋପାଳପୁର ପୁଲିସକୁ ଖବର ଦେଇ ଆମ୍ବୁଲାନ୍ସ ଯୋଗେ ଗୋପାଳପୁର ଚିକିତ୍ସାଳୟକୁ ଚିକିତ୍ସା ହୋଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now