ଲୁଟେରାଙ୍କ ଆକ୍ରମଣରେ ଜଣେ ମୃତ

ଚୋରୀ କରୁଥିବା ବେଳେ ବୃଦ୍ଧାଙ୍କୁ ହତ୍ୟା କଲେ ଦୃର୍ବୁତ୍ତ। ଝିଅ ଗୁରୁତର ଅବସ୍ଥାରେ ବଡଚଣା ମେଡିକାଲରେ ଭର୍ତ୍ତି । ଏଭଳି ଅଭାବନିୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ବାଲିପଡିଆ ପଞ୍ଚାୟତ ତିଗିରିଆ ଗ୍ରାମରେ । ତିଗିରିଆ ଗ୍ରାମରେ ଚୋରି କରିବା ପାଇଁ ଘରେ ପଶିଥିଲେ ଦୁବୃର୍ତ୍ତ। ଦୃର୍ବୁତ୍ତଙ୍କ ଆକ୍ରମଣରେ ମା’ଙ୍କ ମୃତୁ ହୋଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ହେଲେ କୌଶଲ୍ୟା ପତି। ସୂଚନା ଅନୁଯାୟୀ ତିଗିରିଆ ଗ୍ରାମର କୌଶଲ୍ୟା ପତି ଓ ତାଙ୍କ ଝିଅ ଘରେ ଥିବା ସମୟ ବିଳମ୍ବିତ ରାତିରେ ପ୍ରାୟ ୨ଟାରେ ଦୁଇ ଜଣ ଦୁବୃର୍ତ୍ତ ଚୋରି କରିବା ପାଇଁ ଘରେ ପଶିଥିଲେ। ଉଭୟ ମା ଓ ଝିଅ ଦୁବୃର୍ତ୍ତଙ୍କୁ ଦେଖିଦେବା ସମୟରେ ଦୁବୃର୍ତ୍ତ ମାନେ ମା ଝିଅଙ୍କୁ ଆକ୍ରମଣ କରିଥିଲେ। ଝିଅର ପାଟି ଶୁଣି ଘର ପାଖ ଲୋକେ ପହଞ୍ଚିବା ସମୟରେ ସେଠାରୁ ଦୃର୍ବୁତ୍ତ ମାନେ ଫେରାର ହୋଇ ଯାଇଥିଲେ। ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ଜଣକୁ ଅଟକ ରଖି ଅଧିକ ତଦନ୍ତ ଚଲାଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *