ବୋଲଗଡରେ ଅଟୋକୁ ପିଟିଲା ପଥର ବୋଝେଇ ଟ୍ରକ 3 ଜଣ ଗୁରୁତର ଆହତ। ରାସ୍ତା ଉପରେ ଯାତ୍ରୀବାହି ଅଟୋକୁ ପିଟିଲା ପଥର ବୋଝେଇ ଟ୍ରକ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ବାଙ୍କୋଇ ଫାଣ୍ଡି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଶୁକ୍ରବାର ହଳଦୀପଦା ଗ୍ରାମର କିଛି ମହିଳା ଏବଂ ପୁରୁଷ ଏକ କାର୍ଯ୍ୟକ୍ରମକୁ ଅଟୋରେ ଯାଉଥିବା ବେଳେ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବା ଏକ ପଥର ବୋଝେଇ ଟ୍ରକ ଅଟୋକୁ ଧକ୍କା ଦେଇଥିଲା । ଯାହା ଫଳରେ ଅଟୋଟି ରାସ୍ତା କଡକୁ ଓଲଟି ପଡ଼ିଥିଲା। ଘଟଣାରେ ଅଟୋରେ ଥିବା ୫ ଜଣକ ମଧ୍ୟରୁ ୩ ଜଣ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ସମସ୍ତଙ୍କୁ ପ୍ରଥମେ ବାଙ୍କୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡିକାଲକୁ ପଠାଯାଇଛି। ଘଟଣାସ୍ଥଳରେ ବୋଲଗଡ ଥାନା ଏବଂ ବାଙ୍କୋଇ ଫାଣ୍ଡି ପୋଲିସ ପହଞ୍ଚି ଉଭୟ ଅଟୋ ଏବଂ ଟ୍ରକକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now