ରାଜନୀତି

କିଏ ହେବେ ବ୍ରଜରାଜନଗର ପାଇଁ ବିଜେପି ପ୍ରାର୍ଥୀ? ଚାଲିଛି ମାନସମନ୍ଥନ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ସବୁ ଦଳର ଚାଲିଛି ମାନସମନ୍ଥନ ।  କିଏ ଆଗ  ପ୍ରାର୍ଥୀଙ୍କ ନାମ ଘୋଷଣା  କରିବ ତାହାକୁ ନେଇ ଚାଲିଛି  ପ୍ରତିଦ୍ୱନ୍ଦ୍ୱିତା ।  ବ୍ରଜରାଜନଗର  ଉପନିର୍ବାଚନ ନେଇ ବିଜେପିର ଘନ ଘନ ବୈଠକ ।   କାହାକୁ ବିଜେପି ପ୍ରାର୍ଥୀ କରିବ ତାହାକୁ ନେଇ ଏବେ ଚାଲିଛି  ଜୋରଦାର ଆଲୋଚନା ।  ପୂର୍ବତନ ବ୍ରଜରାଜନଗର ବିଜେପି ବିଧାୟିକା ରାଧାରାଣୀ ପଣ୍ଡା  ଏଥର ମଧ୍ୟ ପ୍ରାର୍ଥୀ ହେବା ନେଇ ଆଶା ରଖିଛନ୍ତି ।  ତାହାକୁ ନେଇ ବିଜେପି ପକ୍ଷରୁ ମଧ୍ୟ ଆଲୋଚନା କରାଯାଉଛି ।  ହେଲେ ସେପଟେ ନୂଆ ପ୍ରାର୍ଥୀ ଦେବା ପାଇଁ ମଧ୍ୟ ବିଜେପି ପକ୍ଷରୁ ଚିନ୍ତା କରାଯାଉଛି ।

ବିଜେପି ର  ନୂଆ ପ୍ରାର୍ଥୀ ଭାବେ ସୁଜିତ୍ ସିଂଙ୍କ ନାମକୁ ନେଇ ଜୋରଦାର ଚର୍ଚ୍ଚା ।  ବ୍ରଜରାଜନଗର ଉନିର୍ବାଚନରେ ନୂଆ ମୁହଁ  ଭାବେ ସୁଜିତ ସିଂଙ୍କୁ ବିଜେପି ପ୍ରାର୍ଥୀ କରିପାରେ ।  ଏ ନେଇ ବିଜେପିର ଉପର ମହଲରେ ହେଉଥିବା ଚର୍ଚ୍ଚା ଏବେ ଜୋର ଧରିଛି । ମେ ୩୧ କୁ ହେବାକୁ ଯାଉଥିବା ବ୍ରଜରାଜନଗର ଉନିର୍ବାଚନରେ ଭାରତୀୟ ଜନତା ପାର୍ଟି  ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଙ୍କ ବଦଳରେ ସୁଜିତ୍ ସିଂ କୁ  ପ୍ରାର୍ଥୀ କରିବାର ସମ୍ଭାବନା ଉପୁଜିଛି  ।  

ସୁଜିତ ଏବିଭିପି ରୁ ନିଜ ରାଜନୀତି ଆରମ୍ଭ କରି ବିଜେପି ଯୁବ ମୋର୍ଚ୍ଚା ର ରାଜ୍ୟ ସମ୍ପାଦକ ଦାୟିତ୍ଵ ସୁଚାରୁ ରୂପେ ତୁଲାଇଛନ୍ତି । ୨୦୧୫ ମସିହାରେ ଭାରତ ସରକାରଙ୍କ ଯୁବ ପ୍ରତିନିଧି ଦଳରେ ସେ ଚାଇନା ରେ ଭାରତ ର ପ୍ରତିନିଧିତ୍ଵ ମଧ୍ୟ କରିଥିଲେ ।

ସେପଟେ ଗ୍ରାଉଣ୍ଡ ଜିରୋରେ ବିଜେଡି ବ୍ରଜରାଜ ନଗରରେ ତାର କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛି ।  କିଶୋର ମହାନ୍ତିଙ୍କ ସ୍ତ୍ରୀକୁ ବିଜେଡି  ପ୍ରାର୍ଥୀ କରିବା ନେଇ ଏକ ପ୍ରକାର ସୁନିଶ୍ଚିତ କରିଥିବା ଜଣାପଡିଛି ।  ତେବେ  ଏହା ମଧ୍ୟରେ ଖୁବଶୀଘ୍ର ବିଜେଡି ଦଳ ନିଜର ପ୍ରାର୍ଥୀ ଘୋଷଣା କରିବା ସହ ମଇଦାନ କମ୍ପାଇବ ।  ଅନ୍ୟପଟେ ସବୁଠୁ ପଛରେ ରହିଛି କଂଗ୍ରେସ ।  ଏ ପର୍ଯ୍ୟନ୍ତ ବ୍ରଜରାଜନଗର ଉପ ନିର୍ବାଚନ ନେଇ ଦଳ ପକ୍ଷରୁ କୌଣସି ବୈଠକ ଡକାଯାଇନଥିବା ବେଳେ  ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିବାର ସମ୍ଭାବନା ଜୋର ।

ବ୍ରଜରାଜନଗର  ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଗଲାଣି ।  ୧୧ ତାରିଖ ମଧ୍ୟରେ ନାମାଙ୍କନ ଦାଖଲର ଶେଷ ତାରିଖ ।  ୧୨ରିଖରେ ହେବେ ନାମାଙ୍କନ ପତ୍ରର ଯାଞ୍ଚ ।  ୧୭ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ।  ମେ ୩୧ତାରିଖରେ ଭୋଟ ଗ୍ରହଣ, ଜୁନ ୩ ତାରିଖରେ ହେବ ଭୋଟ ଗଣତି ।

Related Articles

Leave a Reply

Your email address will not be published.

Back to top button