ବାହାନଗା ରେଳ ଦୁର୍ଘଟଣା : ଏସସିବିରେ ଆଉ ଜଣଙ୍କର ମୃତ୍ୟୁ

Spread the love

କଟକ/ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ଆଉ ଜଣେ ଆହତଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବିହାର ବାସିନ୍ଦା ପ୍ରକାଶ ରାମ । ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏସସିବିରେ ଚିକିତ୍ସାଧୀନ ଥିଲେ । ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ୧୭ ବର୍ଷୀୟ ପ୍ରକାଶଙ୍କ ମୃତ୍ୟୁ ଘଟିଛି । ଏନେଇ କଟକ ଏସସିବି ମେଡିକାଲର କୁଳ ସଚିବ ଡକ୍ଟର ଅବିନାଶ ରାଉତ ସୂଚନା ଦେଇଛନ୍ତି । ଏଥିସହିତ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୯୦କୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ବିହାରର ବିଜୟ ପାଶୱାନ ନାମକ ଜଣେ ଆହତଙ୍କର ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

ଗତ ୨ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ୍, ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ୍ ଓ ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Leave a Reply

Your email address will not be published. Required fields are marked *