ଲକ୍ଷ ଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ଚାଲିଛି ବାହୁଡା ଯାତ୍ରା

Spread the love

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା ବଡଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ଚାଲିଛି । ହରିବୋଲ ଜୟ ଜଗନ୍ନାଥର ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହେବା ସହ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି ।

ବାହୁଡ଼ା ଯାତ୍ରା ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ, ବୁଧବାର ଭୋର୍ ୪ଟାରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ି ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳବଲ୍ଲଭ ଓ ସକାଳଧୂପ(ଖେଚୁଡ଼ି ଭୋଗ) ନୀତି ସମ୍ପନ୍ନ ହେ।ଇଥିଲା। ତାପରେ ପହଣ୍ଡି ଆରମ୍ଭ ହୋଇଥିଲା।

ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ଶେଷ ହୋଇଛି। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ତାପରେ ମାତା ସୁଭଦ୍ରା ଓ ଶେଷରେ ମହାବାହୁଙ୍କ ପହଣ୍ଡି ଶେଷ ହୋଇଛି। ତେବେ ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ଗୁଣ୍ଡିଚାଘରୁ ଆସିବାର ଦୃଶ୍ୟରେ ଭକ୍ତ ମାନେ ଆହ୍ଲାଦିଦ ହେଉଛନ୍ତି ।

ଶରଧାବାଲିରେ ଶ୍ରୀବିଗ୍ରହଙ୍କୁ ବାହୁଡ଼େଇ ଆଣିବା ପାଇଁ ଭକ୍ତଙ୍କ ସମାଗମ ଧୀରେ ଧୀରେ ବଢ଼ିବାରେ ଲାଗିଛି । ମହାପ୍ରଭୁଙ୍କ ପରମ ସେବକ ଗଜପତି ମହାରାଜ ତିନି ରଥକୁ ଛେରା ପହଁରା ପାଇଁ ପହଞ୍ଚି ସାରିଛନ୍ତି । ଏହା ଶେଷ କରିବା ପରେ ରଥ ନିର୍ଦ୍ଦେଶକଙ୍କ ପରାମର୍ଶକ୍ରମେ ରଥଟଣା ଆରମ୍ଭ ହୋଇଛି। ଲକ୍ଷାଧିକ ଭକ୍ତ ଭକତ ଭାବରେ ବନ୍ଧା ଭାବଗ୍ରାହୀଙ୍କ ତିନି ରଥକୁ ଭକ୍ତି ଭାବର ସହ ଶ୍ରୀମନ୍ଦିର ଅଭିମୁଖେ ଟାଣିବା ଆରମ୍ଭ କରିଛନ୍ତି ।

ଏଣେ ବାହୁଡ଼ା ଯାତ୍ରା ଶେଷ ପରେ ୨୯ ତାରିଖରେ ସୁନାବେଶ, ୩୦ରେ ଅଧରପଣା ଓ ଜୁଲାଇ ୧ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *