ଓଡ଼ିଶା

ତଥାପି ଜରାଜୀର୍ଣ୍ଣ ହୋଇ ପଡିଛି ବାଜି ରାଉତ ପୀଠ

ଢେଙ୍କାନାଳ: କୂଳ ଖାଉଛି ବ୍ରାହ୍ମଣୀ ନଦୀ। ପ୍ରତି ବର୍ଷ ବ୍ରାହ୍ମଣୀ ନଦୀ କୂଳ ଖାଇବାରୁ ଏବେ ବିପଦ ସଂକୁଳ ଅବସ୍ଥାରେ ନୀଳକଣ୍ଠପୁର ଗାଁ। ଯାହା ଫଳରେ ସହୀଦ ବୀର ବାଜି ରାଉତଙ୍କ ପୈତୃକ ଜମି ଓ ଏନ୍ତୁଡ଼ି ଶାଳ ଏବେ ନଦୀ ଗର୍ଭରେ ବିଲୀନ ହୋଇଗଲାଣୀ। ସେପଟେ  ଜୀବନ ଜୀବିକା ପ୍ରତି ବିପଦ ସୃଷ୍ଟି ହେବାରୁ ଗାଁ ଠାରୁ ୭କିମି ଦୂର ଏକତାଳି ପଞ୍ଚାୟତ ନୟାନିଳକଣ୍ଠପୁର ଗାଁରେ ରହୁଛନ୍ତି ବାଜି ରାଉତଙ୍କ ପରପିଢି ।

 ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମହୁଲପାଳ ପଞ୍ଚାୟତର ସହିଦ ବୀର ବାଜି ରାଉତଙ୍କ ପୈତୃକ ଗାଁ ନୀଳକଣ୍ଠପୁର । ବ୍ରାହ୍ମଣୀ ନଦୀ ତଟରେ ଗଢି ଉଠିଥିବା ଏହି ଗାଁ ର ଜନସଂଖ୍ୟା  ଏବେ ୨ ହଜାରର ରୁ ଅଧିକ । ୧୯୩୮ମସିହା ବ୍ରିଟିଶ ସେନା ଗୁଳିରେ ବାଜିଙ୍କ ସମେତ ମୋଟ ୬ ଜଣ ଏହି ଗାଁର ସହିଦ ହୋଇଥିଲେ। ଇତି ମଧ୍ୟରେ ବିତିଲାଣି ୮୦ବର୍ଷ। ହେଲେ ପ୍ରତି ବର୍ଷ ବ୍ରାହ୍ମଣୀ ନଦୀ କୂଳ ଖାଇବାରୁ ବାଜି ରାଉତଙ୍କ ପୈତୃକ ଜମି ଓ ଏନ୍ତୁଡ଼ି ଶାଳ ଏବେ ନଦୀ ଗର୍ଭରେ ବିଲୀନ ହୋଇଯାଇଛି । ଫଳରେ ଜୀବନ ଜୀବିକା ପ୍ରତିବିପଦ ସୃଷ୍ଟି ହେବାରୁ ଗାଁଠାରୁ  ୭କିମି ଦୂର ଏକତାଳି ପଞ୍ଚାୟତ ନୟାନିଳକଣ୍ଠପୁର ଗାଁ ରେ ରହୁଛନ୍ତି ତାଙ୍କ ବଂଶଜ।

ତେବେ ବ୍ରାହ୍ମଣୀ ନଦୀ କୂଳ ଠାରୁ ମାତ୍ର ୨ଶହ ମିଟର ରହିଛି ଜନବସତି। ବର୍ଷା ଦିନରେ ନଦୀ ବଢ଼ିଲେ ପାଣି ଗାଁ ଭିତରକୁ ପଶି ଆସୁଛି। ସେପଟେ ନଦୀ ଉପକୂଳ ବର୍ତ୍ତୀ ଗ୍ରାମର ସୁରକ୍ଷା ପାଇଁ,ମୃତିକା ସରଂକ୍ଷଣ ଓ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପଥର ପ୍ୟାକିଙ୍ଗ କରାଯାଉଥିବା ବେଳେ କେବଳ ନଦୀ ଶଯ୍ୟାରେ ୩ ଟି ଗାର୍ଡ ୱାଲ କରି ବିଭାଗ କାମ ସାରି ଦିଆଯାଇଛି।

ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ୮ବର୍ଷ ତଳେ ୪୦ଲକ୍ଷ ଟଙ୍କା ବ୍ୟୟରେ ସ୍ମୁତିସ୍ତମ୍ଭ, ସଭାଗୃହ, ମୁଖ୍ୟ ଫାଟକ ସାଙ୍ଗକୁ ବୋଟିଂ ବ୍ୟବସ୍ଥା ପାଇଁ ପୋଖରୀ ଖୋଳା ଯାଇଥିଲେ ମଧ୍ୟ ବ୍ୟବହାର ଉପଯୋଗୀ ହୋଇପାରୁନି। ଏହା ସହିତ ମନରେଗା ଯୋଜନାରେ ପାର୍କ ପୁନଃରୁଦ୍ଧାର ପାଇଁ ୧୦ଲକ୍ଷ୍ୟ ଟଙ୍କାର ଫଳକ ଲାଗିଛି କିନ୍ତୁ ପାର୍କ ନିର୍ମାଣ ହୋଇ ନାହିଁ, ଯାହା ଫଳରେ ନିର୍ମାଣାଧୀନ ସମସ୍ତ କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ତେବେ ଏ ନେଇ ସ୍ଥାନୀୟ ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆ ଯାଉନଥିବା କହିଛନ୍ତି ବାଜି ରାଉତ ସ୍ମୁତି ପରିଷଦ ସଦସ୍ୟ।

ସେପଟେ ବାଜି ରାଉତ ସ୍ମୃତିପିଠକୁ ଯିବାପାଇଁ ନିଳକଣ୍ଠପୁର ଛକରେ ଦୁଇଟି ବିଭାଗ ତରଫରୁ ଦୁଇଟି ଫଳକ ଲଗାଯାଇଛି । ଗୋଟିଏ ଫଳକରେ ୧କିମି ଲେଖାଯାଇଥିବା ବେଳେ ଅନ୍ୟ ଫଳକ ରେ ୫୦୦ମିଟର ଲେଖାଯାଇଛି। ଯାହାକି ପର୍ଯ୍ୟଟକମାନଙ୍କୁ ଅସୁବିଧା ରେ ପକାଉଛି।

ତେବେ ନଦୀ ତଟରେ ପଥର ବନ୍ଧ ନିର୍ମାଣ,ଗୁଳିକାଣ୍ଡର ସ୍ମୁତି ଉଜ୍ଜୀବିତ କରିବା ପାଇଁ କାଳ୍ପନିକ ମୂର୍ତ୍ତି ନିର୍ମାଣ, ନଦୀରେ ବୁଟିଂ ବ୍ୟବସ୍ଥା ସହ ଗାଁକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ ଓ ପର୍ଯ୍ୟଟକ।

ସୈାମେନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button