ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ସର୍ବ ପୁରାତନ ତଥା ଐତିହାସିକ ଶୈବପୀଠ ହରିଶଙ୍କର ଠାରେ ସକାଳ ୫ଟା ରୁ ଭକ୍ତଙ୍କ ଭିଡ ଲାଗି ରହିଛି । ଶିବରାତ୍ରି ପାଇଁ ରାଜ୍ଯ ତଥା ରାଜ୍ଯ ବାହାରୁ ଯଥା ଛତିଶଗଡ, ଝାଡ଼ଖଣ୍ଡ ଏବଂ ବିହାର ଅଞ୍ଚଳର ଅନେକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଶିବରାତ୍ରି ଉପଲକ୍ଷେ ହରିଶଙ୍କର ବାବାଙ୍କ ସ୍ବତନ୍ତ୍ର ନିତୀକାନ୍ତି ସହ ପୂଜାର୍ଚ୍ଚନା ଚାଲିଥିବା ମନ୍ଦିରର ମୂଖ୍ଯ ପୂଜକ ନରସିଂହ ପୂଜାରୀ ସୂଚନା ଦେଇଛନ୍ତି । ସୂଚନା ମୁତାବକ ସାରା ବିଶ୍ବରେ ହରିଶଙ୍କର ଠାରେ ଏକମାତ୍ର ପୀଠ ସ୍ଥଳି ରହିଛି। ଯେଉଁଠି ଉଭୟ ଭଗବାନ ବିଷ୍ଣୁ ଏବଂ ଦେବ ଦେବ ମହାଦେବ ହରିଶଙ୍କର ନାମରେ ପୂଜା ପାଆନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now