ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

Spread the love

ବଲାଙ୍ଗୀର : ଭାଲେର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସରପଞ୍ଚ ପ୍ରଦୀପ କୁମାର ନନ୍ଦଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରାଯାଇ ଆଞ୍ଚଳିକ ସାଧନ କେନ୍ଦ୍ର ସରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭାଲେର କ୍ଲଷ୍ଟରର ୧୧ଟି ବିଦ୍ୟାଳୟରୁ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ଛାତ୍ର ଛାତ୍ରୀ ଉପସ୍ଥିତ ରହି ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନିଲ କୁମାର ରଣା ଓ ସୁମନ ସାହୁ ସମସ୍ତଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଇଥିଲେ । ସହଯୋଗ କରିଥିଲେ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଅଭିପ୍?ସା ପଟ୍ଟନାୟକ, ବିଭୁତି ବାଗ, ମାନସିଂ କାଲୋ, ବଦ୍ରୀ ନାରାୟଣ ମିଶ୍ର, ଭୁବନ ଶଙ୍କର ବେହେରା, ରୋଶନି ବେହେରା, ନିଳମଣୀ ନାୟକ, ପାର୍ବତୀ ସେଠ, ସଂଯୁକ୍ତା ପୋଢ, ନିବେଦିତା ଦାସ, ଯୋଗେନ୍ଦ୍ର ରାଉତ, ସୁରଭି ନାଏକ । ଶେଷରେ ସିଆରସିସି ପଂଚାନନ ସୁନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Leave a Reply

Your email address will not be published. Required fields are marked *