ବଲାଙ୍ଗୀର ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନ ଏକ ୭ ଦଫା ଦାବିପତ୍ର ଦେଇ ଏସ୍ପିଙ୍କୁ ସାକ୍ଷାତ

ବଲାଙ୍ଗୀର : ଶାନ୍ତିପ୍ରିୟ ବଲାଙ୍ଗିର ସହରରେ କିଛି ଦିନ ଶାନ୍ତି ବଜାୟ ରହିବା ପରେ ଏବେ ପୁଣି ଦୈନନ୍ଦିନ ଚୋରି, ଡକାୟତି, ଲୁଟ, ରାହାଯାନୀ, ମାଡପିଟ, ହତ୍ୟା ଭଳି ଘଟଣା ଘଟି ଚାଲୁଥିବା ବେଳେ ଏଥିରେ ପୋଲିସ ପ୍ରଶାସନ ରୋକ ଲଗାଇ ପାରୁନାହିଁ । ଶାନ୍ତିପ୍ରିୟ ସହରରେ ଏବେ ପୁଣି କଥା କଥାକେ ଖଣ୍ଡା ତଲୱାର ଆଦି ଅସ୍ତ୍ରଶସ୍ତ୍ର ବିଚ ରାସ୍ତାରେ ବୁଲୁଛି । ଘରେ ପଶି ଚୋର ଡକାୟତ ମାନେ କଳାକନା ବୁଲାଉଛନ୍ତି । ଗାଡି ଚୋରି ଗାଡି ପୋଡି ଘଟଣାମାନ ଏବେ ଦୈନନ୍ଦିନ ଘଟିବାରେ ଲାଗିଲାଣି । ବେନିୟମ ନିଶା କାରବାର ବୃଦ୍ଧି ଯୋଗୁଁ ସାରା ସହର ଏବେ ନିଶା କବଳରେ ରହିଥିବା ବେଳେ ପୋଲିସ ପ୍ରଶାସନ ଯେତେ ଚେଷ୍ଟା କଲେ ବି ଏଥିରେ ରୋକ ଲଗାଇବାରେ ଅକ୍ଷମ ହୋଇ ପଡିଛି । ମୂଖ୍ୟତଃ ଯୁବସମାଜ ଏବେ ନିଶା କବଳରେ । ନିଶାଡିଙ୍କ ଦୌରାତ୍ମ ଯୋଗୁଁ ମହିଳା ତଥା ବଲାଙ୍ଗିର ଜନ ସାଧାରଣ ଏବେ ମୁଖ୍ୟ ରାସ୍ତାଘାଟରେ ବି ନିଜକୁ ସୁରକ୍ଷିତ ମଣି ପାରୁନାହାନ୍ତି ।

ଏହାକୁ ଦୃଷ୍ଟିରେ ରଖି ବଲାଙ୍ଗିର ସହରରେ ଶାନ୍ତି, ଶୃଙ୍ଖଳା, ଅପରାଧମୁକ୍ତ, ନିଶାମୁକ୍ତ ଏବଂ ଶୈକ୍ଷିକ ବାତାବରଣ ସୃଷ୍ଟି ନିମନ୍ତେ ଆଜି ବଲାଙ୍ଗିର ସ୍ୱେଛାସେବୀ ସଂଗଠନ ଦ୍ୱାରା ବଲାଙ୍ଗିର ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଯୋଗ ଦେଇଥିବା ଶ୍ରୀ ଋଷିକେଶ ଖିଲାରୀ (ଆଇପିଏସ୍)ଙ୍କୁ ସାକ୍ଷାତ କରି ବିଭିନ୍ନ ଦାବି ଉପସ୍ଥାପନ କରାଯିବା ସହିତ ଆଲୋଚନା କରା ଯାଇଥିଲା । ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କୁ ବଲାଙ୍ଗିର ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଆତୁର ନିବେଦନ କରି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଏକ ୭ ଦଫା ଦାବିପତ୍ର ପ୍ରଦାନ କରିଥିଲା ।

ଏହି ସାକ୍ଷାତକାର ସମୟରେ ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନର ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ରବୀନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ପ୍ରସାଦ ସେଠ, ସନ୍ଦୀପ ବାଗ, ଉତମ ନନ୍ଦ, ଧନଞ୍ଜୟ ପାଣିଗ୍ରାହୀ, ସୁରେନ୍ଦ୍ର ସେଠ, ରାମ ଦାଶ, ଆଦିକାନ୍ତ କୁମ୍ଭାର, ରୂପକ ପ୍ରଧାନ, ରମେଶ ଭୋଇ, ସୁମିତ ମିଶ୍ର, ଶ୍ୱେତା ସାହୁ ଓ ଅନିତା ମିଶ୍ର ପ୍ରମୁଖ ସଦସ୍ୟ/ସଦସ୍ୟା ଉପସ୍ଥିତ ରହି ଆଲୋଚନାରେ ସାମିଲ ହୋଇଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *