ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ମହାଦେବପାଲି ଗାଁରେ ଗତକାଲି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ୨୧ କେଜି ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟଚାଲାଣ କରିଛି ଅବକାରୀ ବିଭାଗ। ଏ ସଂକ୍ରାନ୍ତରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ବ୍ୟବହୃତ ହେଉଥିବା ଏକ ମୋଟର ସାଇକେଲକୁ ମଧ୍ୟ ଅବକାରୀ ବିଭାଗ ତରଫରୁ ଜବତ କରାଯାଇଛି। ଗିରଫ ବ୍ଯକ୍ତିଙ୍କ ନାମ ବାଲେଶ୍ଵର ନାଗ ଓ ତା ଘର ବୌଦ୍ଧ ଜିଲ୍ଲା ବରପଦର ଗାଁ ବୋଲି ଜଣାପଡିଛି।
ଜିଲ୍ଲା ଅବକାରୀ ଅଧୀକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶରେ ଅବକାରୀ ସବ୍ଇନ୍ସପେକ୍ଟର ପଦ୍ମ ଲୋଚନ ନାଏକ, ଏଏସଆଇ ରାମଚନ୍ଦ୍ର ପଟ୍ଟନାୟକ, ଦୟାନିଧି ବାରିକ, କନଷ୍ଟେବଲ ସୁଜାତା ଭୋଇ, ଚିତ୍ତ ପ୍ରଧାନ, ଆଲୋକ ପ୍ରଧାନ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now