୪ ଦଫା ଦାବି ନେଇ ୬୬୨ ବର୍ଗର କଲେଜ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

Spread the love

ବଲାଙ୍ଗୀର : ୨୦୦୮ ଜିଓ ତଥା ୨୦୦୯ ଜିଓ ଅନୁଯାୟୀ ଦରମା ପ୍ରାପ୍ତ ୬୬୨ ବର୍ଗ ର କଲେଜ ଓ ୪୮୮ ବର୍ଗ ବର୍ଗର କଲେଜ ଶିକ୍ଷକ କର୍ମଚାରୀଙ୍କୁ ସମାନ କାମକୁ ସମାନ ଦରମା ପ୍ରଦାନ କରିବାକୁ, ଅବସର ନେଇଥିବା ଓ ଅବସର ନେବାକୁ ଥିବା ସମସ୍ତ ଶିକ୍ଷକ କର୍ମଚାରୀଙ୍କୁ ଅବସର କାଳିନ ରାଶି ଓ ପେନସନ ପ୍ରଦାନ ସହ ୨୦୧୮ ଜିଓ ରେ ଦରମା ପ୍ରାପ୍ତ ସମସ୍ତଙ୍କୁ ସପ୍ତମ ବେତନ ହାରରେ ଦରକାର ପ୍ରଦାନ, ବିଭିନ୍ନ ଅସଙ୍ଗତି ରେ ବାଦ ପଡିଥିବା ସମସ୍ତଙ୍କୁ ଅନୁଦାନ ପରିସରଭୁକ୍ତ କରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଜିଲ୍ଲାପାଳଙ୍କ ମାର୍ଫତଦାର ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦେଇ ଦାବି ପୁରଣ ନ ହେଲେ ଆନ୍ଦୋଳନକୁ ତୀବ୍ରତର କରିବାକୁ ଚେତାବନୀ ଦେଇଛି ୬୬୨ ବର୍ଗର ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ସଂଘ । ଗତ ୧୫୦ ଦିନ ଧରି ରାଜ୍ୟ ସ୍ତରରେ ଆନ୍ଦୋଳନ ଚାଳୁଥିଲେ ମଧ୍ୟ ସରକାର ଶୁଣୁ ନ ଥିବାରୁ ଦୃଢ ନିନ୍ଦା କରିଛି ସଂଘ । ଆଜି ସଂଘର ଜିଲ୍ଲା ସଭାପତି ପ୍ରଣବ କୁମାର କୁଅଁର ଓ ସଂପାଦକ ଛବିଳ ବଗର୍ତିଙ୍କ ନେତୃତ୍ୱରେ ଶତାଧିକ କଲେଜ ଶିକ୍ଷକ ଓ କର୍ମଚାରୀ ଏକ ଶୋଭାଯାତ୍ରାରେ ଯାଦବ ଭବନ ରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *