Balangir

ତୁମୁଡିବନ୍ଧ ଥାନା ଅଞ୍ଚଳରେ ମାଓପୋଷ୍ଟର

ବଲାଙ୍ଗୀର: ତୁମୁଡିବନ୍ଧ ଥାନା ମୁଣ୍ଡିଗଡ ପଞ୍ଚାୟତରେ ବଜାରରେ ଲାଗିଛି ମାଓ ପୋଷ୍ଟର। ଆଜି ସକାଳେ ବଜାରରେ ଲାଗିଥିବା ପୋଷ୍ଟରରେ ସିପିଆଇ ମାଓବାଦି ଲେଖା ଥିବା ଦେଖିବାକୁ ମିଳିଛି। ଯେଉଁଥିରେ ସେହି ଅଞ୍ଚଳରେ କାମ କରୁଥିବା ଠିକାଦାରମାନେ ଗରିବ ଆଦିବାସୀଙ୍କୁ ନେଇ ରାଜନୀତି କରିବା ସହ ସେମାନଙ୍କୁ ଠିକ୍ ମଜୁରି ଦେଉନଥିବା ଏବଂ ଆଦିବାସୀ ପିଲାଙ୍କ ସହ ନ ଖେଳିବାକୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି। ଏନେଇ ଏହି ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Related Articles

Leave a Reply

Your email address will not be published.

Back to top button