ଜମି ହଡ଼ପ କରାଯାଇଥିବା ଅଭିଯୋଗ

Spread the love

ବଲାଙ୍ଗିର : ତାଙ୍କ ଜମି ହଡ଼ପ କରାଯାଇଥିବା ଅଭିଯୋଗ କରିଛନ୍ତି ଜଣେ ବୃଦ୍ଧା । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମର ବିନୋଦିନୀ ସାମଲ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇ ଏଭଳି ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ଡୁମେରମୁଣ୍ଡା ଗ୍ରାମର ତାଙ୍କର ସ୍ଵାମୀ ଖେଡୁ ସାମଲଙ୍କ ନାମରେ ୭ ଏକର ୪୮ ଡିସିମିଲ ଜାଗା ରହିଥିଲା । ହେଲେ ସଇଁତଲା ତହସିଲଦାର ତାଙ୍କ ପଟ୍ଟାକୁ ହେରଫେର କରି ୩ ଏକର ୭୫ ଡିସିମିଲ ଜମି ଏପଟ ସେପଟ କରିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ତହସିଲଦାରଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ତେଣୁ ଯଥାଶୀଘ୍ର ଏହାର ତଦନ୍ତ କରି ତାଙ୍କର ଜମି ତାଙ୍କ ଖତିୟାନ ନମ୍ବରକୁ ଫେରାଇବା ସହ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଗୁହାରୀ କରି ଦାବୀ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *