ଆମ୍ବୁଲାନ୍ସକୁ ଧକ୍କାଦେଲା ବେଦାନ୍ତ ଗାଡ଼ି, ଅଳ୍ପକେ ରକ୍ଷା ପାଇଲେ ରୋଗୀ ଓ ସମ୍ପର୍କୀୟ

Spread the love

ବଲାଙ୍ଗିର : ଆଜି ସକାଳେ ଆମ୍ବୁଲାନ୍ସକୁ ଧକ୍କା ଦେଲା ବେଦାନ୍ତର ଟେଙ୍କର ଟ୍ରକ୍ ଗାଡ଼ି । ବଲାଙ୍ଗିର-ଟିଟିଲାଗଡ଼ ରୋଡରେ ଘଟିଛି ଏଭଳି ଏକ ଘଟଣା । ଦୁର୍ଘଟଣାରେ ଆମ୍ବୁଲାନ୍ସ ଭିତରେ ଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଓ ଆମ୍ବୁଲାନ୍ସ କର୍ମଚାରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସୂଚନା ଅନୁସାରେ, ଆଜି ସକାଳେ ୧୦୮ ଆମ୍ବୁଲାନ୍ସରେ ଡ୍ରାଇଭର ଶିବଶଙ୍କର ସ୍ଵାଇଁ, ଇଏମ୍ଟି ଛନ୍ଦାଚରଣ ସାହୁ ଓ ହେଲ୍ପର୍ ଆକାଶ ଭୂଇଁଆ ଟିଟିଲାଗଡ଼ରୁ ଜଣେ ରୋଗୀଙ୍କୁ ନେଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ କଲେଜ ହସ୍ପିଟାଲ୍କୁ ଆସୁଥିଲେ । ଏହି ସମୟରେ ବଲାଙ୍ଗିର ସହରକୁ ପ୍ରବେଶ କରିବା ସମୟରେ ଏକ ଟ୍ରକ ଦ୍ର୍ରୁତ ଗତିରେ ଆସି ତାଙ୍କ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା । ଏଥିରେ ଆମ୍ବୁଲାନ୍ସ ଡ୍ରାଇଭର ଓ ଅନ୍ୟ କର୍ମଚାରୀ ଆହତ ହୋଇଛନ୍ତି । ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟ କିଛି ଆହତ ହୋଇନଥିବା ଜଣାପଡିଥିବା ବେଳେ ରୋଗୀଙ୍କୁ ପୁଣି ଏକ ୧୦୮ ଆମ୍ବୁଲାନ୍ସରେ ଭୀମ ଭୋଇ ମେଡିକାଲ୍ କଲେଜ ହସ୍ପିଟାଲ୍କୁ ନେଇ ଚିକିତ୍ସା କରାଯାଇଥିବା ଖବର ରହିଛି ।

Leave a Reply

Your email address will not be published. Required fields are marked *