ଅମୃତ ଭାରତ ଷ୍ଟେସନ ମଧ୍ୟରେ ବଲାଙ୍ଗିରକୁ ସାମିଲ

Spread the love

ବଲାଙ୍ଗୀର : ବଲାଙ୍ଗିର ରେଲୱେ ଷ୍ଟେସନକୁ ସ୍ଵାଧୀନତାର ୭୫ ବର୍ଷ ଆମ୍ବୃତ୍ ମହୋତ୍ସବ ଉପଲକ୍ଷେ ଅମ୍ବୃତ୍ ଷ୍ଟେସନ ତାଲିକାରେ ସାମିଲ ହେବାକୁ ଚିହ୍ନଟ ହୋଇଛି । ଭଲ ଯାତ୍ରୀ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ଭାରତ ସରକାର ରେଳ ମନ୍ତ୍ରଣାଳୟ ଦ୍ଵାରା ଅମୃତ ଭାରତ ଷ୍ଟେସନ ଯୋଜନାରେ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ଓ କଣ୍ଟାବାଞ୍ଜି ଷ୍ଟେସନକୁ ସାମିଲ କରିଥିବାରୁ ଡିଆରୟୁସିସି ସଭ୍ୟ ଗୋପବନ୍ଧୁ ଶତପଥୀ ଖୁସି ଜାହିର କରିବା ସହିତ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଧନ୍ୟବାଦ୍ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ବଲାଙ୍ଗିରକୁ ଗୋଟିଏ ମଡେଲ ଷ୍ଟେସନ ରୂପରେ ଗଢି ତୋଳିବାକୁ ଅନୁରୋଧ କରିଛନ୍ତି। ବଲାଙ୍ଗିର ଷ୍ଟେସନକୁ ଏହି ଯୋଜନାରେ ସାମିଲ ପରେ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ମଧ୍ୟରେ ଲିଫ୍ଟ, ଏକ୍ସିଲେଟର, ଶୀତତାପ ନିୟନ୍ତ୍ରିତ ବିଶ୍ରାମ ଗାର, ଡର୍ମିଟେରି, ଵୁକିଂ କାଉଣ୍ଟର ଡିସ୍ପ୍ଲେ ବୋର୍ଡ, ଉନ୍ନତ ଫୁଟୋଭର ପୋଲ ଇତ୍ୟାଦି ସୁବିଧା ମିଳିବ। ଆଗକୁ ଖୋର୍ଦ୍ଧା ବଲାଙ୍ଗିର ରେଳ ପଥ କାମ ସରିଲା ପରେ ଏହି ଷ୍ଟେସନ ବ୍ୟସ୍ତ ତମ ଷ୍ଟେସନ ହେବାକୁ ଥିବା ଦୃଷ୍ଟିରୁ ଏଠାରେ ଟର୍ମିନାଲ ଷ୍ଟେସନ ହେବାକୁ ଥିବାରୁ ଏଠାରେ ପିଟ ଲାଇନ ସୁବିଧା ଅନ୍ୟ ସୁବିଧା ସହ ଯୋଡ଼ିବାକୁ ଶତପଥୀ ଦାବି କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ବଲାଙ୍ଗିର ଷ୍ଟେସନ ଅମୃତ ଭାରତ ଷ୍ଟେସନ ଯୋଜନା ସମଗ୍ର ଦେଶର ୧୩୦୯ ଷ୍ଟେସନ, ଓଡ଼ିଶା ପ୍ରଦେଶର ୫୭ ଗୋଟି ସମ୍ବଲପୁର ଡିଭିଜନ ଅନ୍ତର୍ଗତ ୧୫ ଷ୍ଟେସନ ମଧ୍ୟରୁ ଅନ୍ୟତମ ଯାହା ଆମର ଜିଲ୍ଲା ପାଇଁ ଗୌରବର ବିଷୟ। ଏହି ଚିହ୍ନଟ ଷ୍ଟେସନ ଗୁଡ଼ିକ ମଧ୍ୟରୁ ଅନେକର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆଜି ରବିବାର ୬ ଅଗଷ୍ଟ ୨୦୨୩ ଦିବସରେ ପ୍ରଧାମନ୍ତ୍ରୀ ଆଭାସି ମାଧ୍ୟମରେ ଷ୍ଟେସନ ଗୁଡିକର କାମ ଆରମ୍ଭ ପାଇଁ ଶିଳାନ୍ୟାସ କରୁଛନ୍ତି । ସେଥିପାଇଁ ବଲାଙ୍ଗିର, ଟିଟିଲାଗଡ ଓ କଣ୍ଟାବାଞ୍ଜି ରେଳ ଷ୍ଟେସନ ଠାରେ ଆମ ଜିଲ୍ଲାରେ କାର୍ଯ୍ୟକ୍ରମ ରଖା ଯାଇଛି।

Leave a Reply

Your email address will not be published. Required fields are marked *