ବେଲପଡା ବ୍ଲକ ଏମ୍ଡିଏମ୍ ପାଚିକା ସଙ୍ଘ ପକ୍ଷରୁ ୧୬ ଦଫା ଦାବିପତ୍ର ପ୍ରଦାନ

Spread the love

ବଲାଙ୍ଗୀର : ଆଜି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଏମ୍ଡିଏମ୍ ପାଚିକା ସଙ୍ଘ ପକ୍ଷରୁ ୧୬ ଗୋଟି ଦାବିନେଇ ବେଲପଡ଼ା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରଥମେ ନିଖିଳ ଓଡ଼ିଶା ଏମ୍ଡିଏମ୍ ପାଚିକା ସହାୟିକା ସଙ୍ଘ ବଲାଙ୍ଗୀର ଜିଲ୍ଲା ସମ୍ପାଦିକା ଶ୍ରୀମତୀ ମାଧବୀ କଲତା ଓ ସଭାପତି ପାଣ୍ଡବ ଭୋଇଙ୍କ ନେତୃତ୍ୱରେ ଏକ ପଦଯାତ୍ରା କରାଯାଇଥିଲା । ଏହି ପଦଯାତ୍ରା ବେଲପଡ଼ା ତାରିଣୀ ମନ୍ଦିର ଠାରୁ ବେଲପଡ଼ା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା । ବିଭିନ୍ନ ନାରାବାଜି ଦେବା ସହ ଶିକ୍ଷା ଅଧିକାରୀଙ୍କୁ ୧୬ ଦଫା ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ବେଲପଡା ଅଂଚଳର ସମସ୍ତ ପାଚିକାମାନେ ସାମିଲ ହେବା ସହ ନିଜର ହକ ମାଗିଥିଲେ ।

Leave a Reply

Your email address will not be published. Required fields are marked *