ପୁରି ରଥଯାତ୍ରା ପାଇଁ ବଲାଙ୍ଗିର ସହରରୁ ଗଲା ବିଞ୍ଝଣା

Spread the love

ବଲାଙ୍ଗିର : ଆସନ୍ତା ଆଷାଢ ୨୦ ତାରିଖ ଦିନ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ବଲାଙ୍ଗିର ତେଲଗୋଠପଡାରେ ନିର୍ମାଣ କରୁଥିବା ବାଉଁଶରେ ତିଆରି ବିଞ୍ଝଣା ପ୍ରଥମ କରି ବଲାଙ୍ଗିର ଜିଲ୍ଲାରୁ ସେବାୟତ, ଅତିଥି, ରେଡକ୍ରସ, ଅଗ୍ନିଶମ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ ଓ ଭକ୍ତମାନଙ୍କୁ ୩ହଜାର ବିଞ୍ଝଣା ପ୍ରଦାନ କରାଯିବ । ଏଥି ପାଇଁ ଦିର୍ଘ ଦିନରୁ କାରିଗରମାନଙ୍କ ପ୍ରଚେଷ୍ଠା ଓ ସଙ୍କେତ ଅନୁଷ୍ଠାନ ସହ ବଲାଙ୍ଗିର ପ୍ରେସ କ୍ଲବ ସଭାପତି ଓ ପ୍ରଶାନ୍ତ ମହାକୁର ପ୍ରସ୍ତାବ ଦେଇଥିବା ବେଳେ କୁନୁ ପାତ୍ର ଓ ତାଙ୍କ ପରିବାର ଏହି ବାଉଁଶ ତିଆରି ବିଞ୍ଝଣା ନିର୍ମାଣ କରିଥିଲେ । ବଲାଙ୍ଗିର ର ବଞ୍ଝଣା ଯାଇ ଶ୍ରୀକ୍ଷେତ୍ର ରେ ପ୍ରଭୁଙ୍କ ସେବାରେ ଲାଗୁଥିବାରୁ ସ୍ଥାନୀୟ ଅଂଳରେ ଖୁସିର ଲହରୀ ଖେଳିଯାଇଛି । ଆଗାମୀ ଦିନରେ କେମତି ସ୍ଥାନୀୟ ବାଉଁସ କାରିଗରଙ୍କ ରୋଜଗାର ବଢିବ ସେଥି ପାଇଁ ଆହୁରି ଅଭିନବ ପ୍ରଚେଷ୍ଟା କରାବ ବୋଲି ଅରୁଣ ମିଶ୍ର କହିଥିଲେ । ଡିଜିଟାଲ ଯୁଗରେ ବାଉଁଶ ବିଞ୍ଝଣାର ଚାହିଦା ଦିନକୁ ଦିନ କମି ଯାଉଥିବାରୁ ହାତ ବାନ୍ଧି ବସିଛନ୍ତି ବାଉସ କାରିଗର । ଏଣୁ ଏରି ପ୍ରୟାସକୁ ସ୍ଥାନୀୟ ଲୋକ ପ୍ରଶଂସା କରିଛନ୍ତି । ମାଲୁ ଷାଣ୍ଢ, ଘାସିରାମ ଦିପ, ଆକୁଲ ବଗର୍ତ୍ତି ଓ ବଲାଙ୍ଗିର ଘରେଇ ବସ ମାଲିକ ସଂଘ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *