Balangir

ବିଟ୍ଟୁ ହତ୍ୟା ମାମଲା : ଦୁଇ ଜଣଙ୍କୁ ଗିରଫ କରି ସିନ ରିକ୍ରିଏସନ୍ କଲା ପୋଲିସ

ବଲାଙ୍ଗିର : ବଲାଙ୍ଗିର ସହରର ନରସିଂହ ମନ୍ଦିର ଗଳିରେ ବିଟ୍ଟୁ ଓରଫ୍ ସରୋଜ ପାଣିଗ୍ରାହୀଙ୍କ ହତ୍ୟା ଘଟଣାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରି ସିନ୍ ରିକ୍ରିଏସନ୍ କରିଛି ବଲାଙ୍ଗିର ପୋଲିସ । ଶୀତଳ ଷଷ୍ଠୀ ମହୋତ୍ସବ ସମୟରେ ଏଭଳି ଏକ ଅମାନୁଷିକ ହତ୍ୟାକାଣ୍ଡ ସାରା ସହରରେ ଚାଂଚଲ୍ୟ ସୃଷ୍ଟି କରିଥିବା ବେଳେ ହତ୍ୟାକାରୀଙ୍କୁ ଗିରଫ୍ କରିବା ସହ ବଲାଙ୍ଗିର ସହରରେ ବେଆଇନ କଫ୍ ସିରପ୍ ତଥା ନିଶା କାରବାର ବନ୍ଦ କରିବା ଦାବୀରେ ଗତକାଲି ଗେଟ୍ ସରୋବରପଡ଼ାର ଜନସାଧାରଣ ବଲାଙ୍ଗିର ଟାଉନ୍ ଥାନା ଘେରାଉ କରିଥିଲେ । ସୂଚନାଯୋଗ୍ୟ ଯେ, ସହରର ନରସିଂହ ମନ୍ଦିର ଗଳିରେ ୨୩ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗେଟ୍ ସରୋବରପଡ଼ାର ବିଟ୍ଟୁ ଓ ତାଙ୍କ ସାଂଗ କନ୍ଧପାଲିପଡାର ପ୍ରେମ ସାହୁଙ୍କୁ ନୃଶଂସ ଭାବେ ଛୁରାମାଡ଼ କରିଥିବା ବେଳେ ଘଟଣାରେ ବିଟ୍ଟୁଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଭାବେ ଆହତ ହୋଇଥିଲେ କନ୍ଧପାଲିପଡାର ପ୍ରେମ ସାହୁ । ଏହି ଅମାନୁଷିକ ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସୋସିଆଲ୍ ମିଡ଼ିଆରେ ଜବର୍ଦସ୍ତ ଭାଇରାଲ୍ ହୋଇଥିଲା । ତେବେ ଏହି ମାମଲାରେ ବଲାଙ୍ଗିର ପୋଲିସ ବରପାଲିପଡ଼ାର ବିମଳ ରାଉଳ ଏବଂ ପ୍ରୀତମ କଲ୍‌ତାଙ୍କୁ ଗିରଫ କରି ଆଜି ସିନ୍ ରିକ୍ରିଏସନ୍ କରିଥିବା ଜଣାପଡ଼ିଛି ।

Related Articles

Leave a Reply

Your email address will not be published.

Back to top button