Balangir

ସିଭିଲକୋର୍ଟ ଆଗରେ ସ୍କୁଟିକୁ ପିଟିଲା କାର : ମା ଆହତ, ପୁଅ ଗୁରୁତର

ବଲାଙ୍ଗିର : ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୨୦ ମିନିଟ ସମୟରେ ବଲାଙ୍ଗିର ସିଭିଲ୍ କୋର୍ଟ ସାମ୍ନାରେ ଏକ ଅଘଟଣ ଦେଖିବାକୁ ମିଳିଛି । ଏଥିରେ ସ୍କୁଟି ଚଳାଉଥିବା ମା’ ଜଣକ ଆହତ ହୋଇଥିବା ବେଳେ ପୁଅ ଗୁରୁତର ଥିବା ଯୋଗୁଁ ଉପସ୍ଥିତ ଥିବା ଲୋକେ ତାଙ୍କୁ ତୁରନ୍ତ ଭୀମଭୋଇ ମେଡ଼ିକାଲ୍ କଲେଜ୍ ଓ ହସ୍ପିଟାଲ୍ କୁ ପଠାଇଥିବା ଜଣାପଡ଼ିଛି । ପାଟଣାଗଡ଼ ପଟୁ ଆସୁଥିବା ଏକ କାର୍ ପଛପଟୁ ସ୍କୁଟିକୁ ପିଟି ପ୍ରାୟ ୫୦ ମିଟର୍ ଯାଏଁ ଘୋଷାଡ଼ି ନେଇଥିବା ଦେଖିବାକୁ ମିଳିଛି । ଓଡ଼ି୦୩ ଭି- ୫୦୩୮ ନମ୍ବର ବିଶିଷ୍ଟ କାର୍ ପାଟଣାଗଡ଼ ପଟୁ ଆସୁଥିବା ବେଳେ ସାମ୍ନାରେ ବାଆଁ ପଟେ ଯାଉଥିବା ସ୍କୁଟି ନଂ. ଓଆର୍ ୦୩ ଜି-୨୦୦୫ କୁ ପଛପଟୁ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣାରେ ଆହତମାନେ ବଲାଙ୍ଗିର କନ୍ଧପାଲିପଡ଼ାର ବୋଲି ଜଣାପଡ଼ିଛି । ଦୁର୍ଘଟଣା ଘଟାଇଥିବା କାର୍ ଏବେ ଘଟଣାସ୍ଥଳରେ ରହିଥିବା ବେଳେ ବଲାଙ୍ଗିର ଟାଉନ୍ ପୁଲିସ୍ ପହଂଚି ତଦନ୍ତ କରୁଥିବା ଜଣାପଡ଼ିଛି ।

Related Articles

Leave a Reply

Your email address will not be published.

Back to top button