ବୃହତ୍ ଉଠା ଜଳସେଚନ ପ୍ରକଳ୍ପରେ ଫସଲ ବିବିଧିକରଣ ସଚେତନତା ରଥ ଶୁଭାରମ୍ଭ

ବଲାଙ୍ଗିର : ବୃହତ୍ ଉଠା ଜଳସେଚନ ପ୍ରକଳ୍ପରେ ଫସଲ ବିବିଧିକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସଚେତନତା ରଥ ଶୁଭାରମ୍ଭ ଅବସରରେ କୃଷି ବିଭାଗ ବଲାଙ୍ଗିର ଓ ସିଡ଼ିପିର ସହଯୋଗୀ ସଂସ୍ଥାମାନଙ୍କ ପକ୍ଷରୁ ସଚେତନତା ରଥକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ପତାକା ଦେଖାଇ ଗତକାଲି ଶୁଭାରମ୍ଭ କରିଥିଲେ । ଏହି ରଥ ଫସଲ ବିବିଧିକରଣ ପ୍ରକଳ୍ପ ଅଧୀନରେ ଥିବା ପାଞ୍ଚଟି ବ୍ଲକ ଯଥା ଆଗଲପୁର, ଦେଓଗାଁ, ଗୁଡଭେଳା, ସଇଁତଳା ଓ ଟିଟିଲାଗଡ ପରିଭ୍ରମଣର କାର୍ଯ୍ୟକ୍ରମ ରହିଛି । ଏଥିରେ ଖରିଫ ଋତୁରେ ଉଚ୍ଚ/ମଧ୍ୟମ ଜମିରେ ଧାନରୁ ଅଣଧାନ ଫସଲ ଯଥା ଡାଲି, ତୈଳବୀଜ ଏବଂ ଉଦ୍ୟାନ କୃଷି ତଥା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ କୃଷକମାନଙ୍କୁ ପ୍ରୋତ୍ସାହନ ପାଇଁ ଗୁରୁତ୍ଵ ଦିଆଯାଉଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ବିଭାଗର ଅଧିକାରୀ ସୁଧାକର ନନ୍ଦ, ସୁନନ୍ଦା ସାହୁ ତଥା ତ୍ରିରଙ୍ଗା ଯୁବକ ସାଙ୍ଗର ସଭାପତି କୈଳାଶ ଚନ୍ଦ୍ର ସାହୁ, ପ୍ରୋଗ୍ରାମ କୋଡ଼ିନେଟର ପ୍ରଶାନ୍ତ ବାରିକ ଓ ଶମ୍ଭୁ ତ୍ରିପାଠୀ, ଆରସିଡିସି ସଂସ୍ଥାର ଶମ୍ଭୁ ସାହୁ ଓ ବିଶ୍ଵବାସ କର୍ମୀ ଉପସ୍ଥିତ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *