୧୨ ଦିନରେ ଗ୍ରେଡ ପେ ବୃଦ୍ଧି ଦାବିରେ ମିଳିତ ଅମଳା ମଞ୍ଚ, ସମର୍ଥନ କଲେ ବିଭିନ୍ନ ସଂଗଠନ

Spread the love

ବଲାଙ୍ଗୀର : ଗ୍ରେଡ ପେ ବୃଦ୍ଧି ନେଇ ଅମଳା ସଂଘ ପକ୍ଷରୁ ସମୁହ ଛୁଟି ତଥା ଧାରଣା ଆଜି ୧୨ ଦିନରେ ପହଞ୍ଚିଛି । ପୂର୍ବରୁ ମୁଖ୍ୟ ଶାସନ ସଚିବ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ବିଫଳ ହୋଇଥିଲା । ଫଳରେ ଆନ୍ଦୋଳନ ରତ ଅମଲାମାନେ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତି ନେଇଥିଲେ । ଏ ଅବସରରେ ଆଜି ଭିଲେଜରସ୍ ଇଣ୍ଡିଆ ପାର୍ଟି ମୁଖ୍ୟ ବିପିନ କୁଶଲିଆ, ବରିଷ୍ଠ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ତଥା ଓଷ୍ଟା ସଦସ୍ୟ ତାରାକାନ୍ତ ମିଶ୍ର ଅମଳାଙ୍କ ଦାବି ପ୍ରତି ସମର୍ଥନ ଜଣାଇ ସରକାରଙ୍କୁ ଦୃଷ୍ଟି ଦେବା ପାଇଁ ନିବେଦନ କରିଥିଲେ । ଏଥିରେ ଅମଲା ସଂଘର ବହୁ କର୍ମଚାରୀ ଉପସ୍ଥିତ ରହି ସରକାରଙ୍କ ଉଦାସୀନ ମନୋଭାବ ର ଦୃଢ ପ୍ରତିବାଦ କରିଥିଲେ । ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଏପରି ଆନ୍ଦୋଳନ ଜାରି ରହିବ ବୋଲି ମିଳିତ ଅମଲା ମଞ୍ଚ ପକ୍ଷରୁ କୁହାଯାଇଛି । ଏହି ଧାରଣାରେ ଜିଲ୍ଲା ମିଳିତ ମଂଚ ସଭାପତି ବିରେନ୍ଦ୍ର ବନଛୋର, ଆବାହକ ସୁଧାକର ମହାପାତ୍ର, ରାଜସ୍ୱ ଅମଲା ସଂଘର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ମିଶ୍ର, ସଂପାଦକ ଚୈତନ୍ୟ ବାଗ, ଓଡିଶା ଅମଲା ସଂଘ ଜିଲ୍ଲା ସଭାପତି ଅନନ୍ତ ନାରାୟଣ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଦୁର୍ଗା ଶକ୍ତି କୁମାର, ସରୋଜ ହୋତା, ବିଶ୍ୱନାଥ ମେହେର, ଶ୍ରୀନିବାସ ମିଶ୍ର, ସୁରେନ୍ଦ୍ର ବାବୁ, ନିହାର ରଞ୍ଜନ ପଣ୍ଡା, ରାଜେନ୍ଦ୍ର ସିଂଦେଓ, ରଶ୍ମିତା ନାଗ, ସୁଶାନ୍ତ ମିଶ୍ର, ସୁନିଲ ମିଶ୍ର ତଥା ବରିଷ୍ଠ ଅମଲା ହରିବନ୍ଧୁ ପାଣି ଓ ସୁଧିର ତ୍ରିପାଠୀ ରାଜ୍ୟ ସରକାରଙ୍କୁ ଅମଲା ଙ୍କ ଏକମାତ୍ର ନ୍ୟାର୍ଯ୍ୟ ଦାବି ପ୍ରତି ଯଥାଶିଘ୍ର ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ । ଓଡିଶା ଅମଲା ସଂଘ ମିଡିଆ ସଂପାଦକ ଅର୍ଜୁନ କୁମାର ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *