ଦିନରାତି ବର୍ଷା, ରାତି ଉଜାଗର ରହି ନଗରପାଳ ଲୋକଙ୍କ ସମସ୍ୟା ଦୂର ପାଇଁ ଚେଷ୍ଟିତ

Spread the love

ବଲାଙ୍ଗିର : ବିଜୁଳି ସହ ଘଡିଘଡି ତା ସାଙ୍ଗକୁ ଲଗାଣ ଝଡବର୍ଷା । ଏହିପରି ଦିନ ରାତି ଝଡ ବର୍ଷା ପରିସ୍ଥିତିରେ ସହରର ବିଭିନ୍ନ ସ୍ଥାନକୁ ରାତ୍ରି ଉଜାଗର ରହି ଲୋକଙ୍କ ସମସ୍ୟା ପାଇଁ ଘୁରି ବୁଲୁଛନ୍ତି ବଲାଙ୍ଗୀର ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ବଲାଙ୍ଗୀର ସହର ଏକ ସର୍ବ ପୁରାତନ ସହର ମଧ୍ୟରେ ଅନ୍ୟତମ ଓ ଚେସ୍ ବୋର୍ଡ ପରି ସହର ଭାବରେ ପରିଚିତ । ଗତକାଲି ସହରରେ ଓ ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଦିନ ତମାମ ରହିଥିବା ବେଳେ ରାତିରେ ବିଜୁଳି ଓ ଘଡିଘଡି ସହ ନିର୍ଧୁମ ବର୍ଷା ହୋଇଛି । ପୌର ଅଧିନରେ ରହିଥିବା ବିଭିନ୍ନ ୱାର୍ଡ ମାନଙ୍କରେ ପାଣି ଜମା ହୋଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଲାଙ୍ଗୀର ରୁଗୁଡିପଡାରେ ଏକ ନାଳା ଉପରେ ପୋଲ ନୂତନ ଭାବରେ ନିର୍ମାଣ ହୋଇଛି । ସେହି ପୋଲ କାର୍ଯ୍ୟ ଏକ ପ୍ରକାର ସମାପ୍ତ ହେବାକୁ ରହିଥିଲେ ହେଁ ଜଳ ନିଷ୍କାସନ ହେବା କାର୍ଯ୍ୟ ସମାପନ ହୋଇ ନାହିଁ । ଯାହା କି ମିଡିଆ ମାଧ୍ୟମରେ ପୌର ଅଧ୍ୟକ୍ଷା ଲିକା ସାହୁଙ୍କୁ ଦୃଷ୍ଟି ଗୋଚର କରାଯାଇଥିଲା ।

ଶ୍ରୀମତି ସାହୁ ଗତକାଲି ଦିନ ତମାମ ଓ ରାତ୍ରି ଲୋକଙ୍କ ବିଭିନ୍ନ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ଥାନକୁ ଯାଇ ସମାଧାନ କରୁଥିବା ସମୟରେ ହଠାତ୍ ରାତ୍ରି ୨ ଟା ୧୦ ମିନିଟ୍ ସମୟରେ ମୋବାଇଲ୍ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ କରି ସେହି ନିର୍ମାଣ ହେଉଥିବା ପୋଲର ଆଖ ପାଖ ଘର ଗୁଡିକ ପାଣି ପସି ଯାଇଥିବା ଦେଖି ସଙ୍ଗେ ସଙ୍ଗେ ଜେସିବି ଗାଡି ଲଗାଇ ପାଣି ନିଷ୍କାସନ ବ୍‌ଯବସ୍ଥା କରାଇଥିଲେ । ସହରର ବହୁ ଗୁଡାଏ ପଡାକୁ ଯାଇ କେଉଁଠି ଜେସିବି ତ କେଉଁଠି ଅଗ୍ନିଶମ ବିଭାଗ ସହାୟତାରେ ଜଳବନ୍ଦିରେ ରହିଥିବା ପରିବାର ଲୋକଙ୍କୁ ସହାୟତା କରିଥିଲେ । ରାତ୍ରି ଯାକ ଲୋକଙ୍କ ପାଖରେ ଛିଡ଼ା ହୋଇ ସହଯୋଗର ହାତ ବଢାଇଥିବା ଯୋଗୁଁ ଆଜି ପୌର ଅଧିନରେ ରହିଥିବା ବିଭିନ୍ନ ୱାର୍ଡର ଲୋକେ ତାଙ୍କର କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ପୂର୍ବରୁ ମୁନ୍ସିପାଲିଟୀ ସହର ମଧ୍ୟରେ ଥିବା ଡ୍ରେନ ଗୁଡ଼ିକ ନୂତନ ନିର୍ମାଣ ସାଙ୍ଗକୁ ପୁରୁଣା ଡ୍ରେନ ସଫେଇ କାମ ହୋଇଥିଲା, ହେଲେ ଏହା ବ୍ୟବସ୍ଥିତ ଢଙ୍ଗରେ ନିର୍ମାଣ ହୋଇନଥିବା ବେଳେ ଅନେକ ସ୍ଥାନରେ ପଲିଥିନ ଅଳିଆ ଆବର୍ଜନା ଡ୍ରେନ ଭିତରେ ପଡ଼ିବା, ରାସ୍ତା କଡ଼ରେ ଦିସ୍ପୋଜେବଲ ବୋତଲ କଭର୍ ଇତ୍ୟାଦି ଲୋକେ ଫିଙ୍ଗା ଫିଙ୍ଗି କରୁଥିବାରୁ ଏସବୁ ଜଳ ସ୍ରୋତରେ ଯାଇ ନିଷ୍କାସନ ଅନେକ ସ୍ଥାନରେ ଅସୁବିଧା ସୃଷ୍ଟି ହେଉଛି । ବଲାଙ୍ଗିର ସହର ଜଳ ନିଷ୍କାସନ ପାଇଁ ବ୍ୟବସ୍ଥିତ ଭାବରେ ବର୍ଦ୍ଧିତ ଜନ ବସତି ପାଇଁ ଦୂରଗାମୀ ବ୍ୟବସ୍ଥା ଜରୁରୀ ହୋଇପଡ଼ିଛି ।

Leave a Reply

Your email address will not be published. Required fields are marked *