ପତଞ୍ଜଳି ଯୋଗ ସମିତି ଭାରତ ସ୍ଵାଭିମାନ ପକ୍ଷରୁ ଜଡ଼ି ବୁଟି ଦିବସ ପାଳିତ

Spread the love

ବଲାଙ୍ଗିର : ଗତକାଲି ବଲାଙ୍ଗିର ଭାରତ ସ୍ଵାଭିମାନ ପତଞ୍ଜଳୀ ପରିବାର ତରଫରୁ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଜନ୍ମଦିନକୁ ଜଡ଼ି ବୁଟୀ ଦିବସ ରୂପେ ପାଳନ କରାଯାଇଥିଲା। ବଲାଙ୍ଗିର ଟିଟିଲାଗଡ ରୋଡ ସ୍ଥିତ ଫରେଷ୍ଟ ନର୍ସରୀ ଠାରେ ପତଞ୍ଜଳୀ ମହିଳା ଗୋଷ୍ଠି କରିଥିବା ବେଳେ ପୁରୁଷ ମନଙ୍କ ଦ୍ଵାରା ସ୍ଥାନୀୟ ସମଲେଶ୍ଵରୀ ମନ୍ଦିର ଛକରେ ଔଷଧୀୟ ବୃକ୍ଷ ଗୁଡ଼ିକ ବଣ୍ଟନ କରାଯାଇଥିଲା।

ପ୍ରାକୃତିକ ସମ୍ପଦର ସଂରକ୍ଷଣ ପରିବେଶ ସଂରକ୍ଷଣ ନିମନ୍ତେ କ୍ରମାଗତ ଭାବରେ ପୁରୁଷାର୍ଥ କରି ଆସୁଥିବା ଆଚାର୍ଯ୍ୟ ମହାନ ବ୍ୟକ୍ତିତ୍ଵ ବାଳକୃଷ୍ଣଙ୍କୁ ଜନ୍ମଦିନରେ ଶୁଭକାମନା ଦିଆଯାଇଥିଲା। ପତଞ୍ଜଳୀ ଯୋଗ ପରିବାର ଭାରତ ସ୍ଵାଭିମାନ ଜିଲ୍ଲା ପ୍ରଭାରୀ ରଘୁନାଥ ଷଡଙ୍ଗୀ, ମହିଳା ପତଞ୍ଜଳୀ ଯୋଗ ଜିଲ୍ଲା ପ୍ରଭାରୀ ସୁଶ୍ରୀ ସୁଜାତା ଦିସ୍ରିଙ୍କ ତତ୍ତ୍ଵାବଧାରେ ଜଡ଼ିବୁଟି ରୋପଣ ଓ ବିତରଣ କାର୍ଯକ୍ରମ କରାଯାଇଥିଲା। ସମିତିର ଭାଇ ଭଉଣୀ ମାନଙ୍କ ସହଯୋଗରେ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published. Required fields are marked *