ଲୋୟର ସୁକତେଲ ପ୍ରକଳ୍ପ ଲୋକଙ୍କ ସହିତ ପ୍ରଭୁ ଜଗନ୍ନାଥ ବିସ୍ଥାପିତ ହେଲେ

Spread the love

ବଲାଙ୍ଗିର : ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଚଳିତ ବର୍ଷ ଡ୍ୟାମରେ ବନ୍ୟା ଜଳ ରଖାଯାଇଛି । ଲୋୟର ସୁକତେଲ ଡ଼୍ୟାମ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲାର ବିକାଶ ପାଇଁ ଏକ ବୃହତ ଅଞ୍ଚଳର ଲୋକେ ଭିଟାମାଟି, ଜୀବନ ଜୀବିକା ଛାଡ଼ି ବିସ୍ଥାପିତ ହେଉଛନ୍ତି । ସେଇ ବିସ୍ଥାପିତଙ୍କ ପାଇଁ ଏବେ ଜିଲ୍ଲାବାସୀଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟର ସମୟ ଉପନୀତ ।

ଶୁକ୍ରବାର ଦିନ ବିସ୍ଥାପିତ ହେବାକୁ ଥିବା ଗଡ଼ଶଙ୍କର ଡୁଙ୍ଗୁରିପାଲି ଓ ବନ ଛୋରପାଳି ଗ୍ରାମର ପାଖାପାଖି ସମସ୍ତ ଗ୍ରାମବାସୀ ସେମାନଙ୍କ ଭିତରୁ ଅନେକେ ନିଜ ନିଜ ଘର ଦ୍ଵାର ଛାଡି ବିସ୍ଥାପିତ ହେବାକୁ ବାଧ୍ୟ ହୋଇଛନ୍ତି । ସେହି କ୍ରମରେ ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ମଧ୍ୟ ନିଜ କେଉଁ କାଳରୁ ଥିବା ମନ୍ଦିର ଛାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ୧୦ ଦିନ ଭିତରେ ତିଆରି ହୋଇଥିବା ଅସ୍ଥାୟୀ ମନ୍ଦିରରେ ଯାଇ ରହିବାକୁ ପଡିଛି । ଭୋର୍ ରୁ ପୂଜକ ପ୍ରଭୁଙ୍କ ନୀତିକାନ୍ତି ସାରିବା ପରେ ବିଗ୍ରହ ସ୍ଥାନାନ୍ତର କରିବା ପାଇଁ ପୂଜା ହୋମ ଇତ୍ୟାଦି କରିଥିଲେ । ଗ୍ରାମର ଗୌନ୍ତିଆ ପୂଜାରେ ବସିଥିଲେ । ସେହିପରି ଗ୍ରାମର ଇଷ୍ଟଦେବୀ କନ୍ଧେନ ବୁଢ଼ୀ ବନ୍ଧର ଫେରନ୍ତା ପାଣିରେ ଜଳ ମଗ୍ନ ହୋଇଥିବାରୁ ଝାଙ୍କର ଦେବୀଙ୍କୁ ପୂଜାର୍ଚନା କରି ସ୍ଥାନାନ୍ତର କରିଥିଲେ ଆଖ ପାଖ ଗ୍ରାମ ଘୁଁଙ୍ଗୀ ଗେରଡି, ରାଣୀପାଲି, ବନଛୋର ପାଲି କୀର୍ତ୍ତନ ମଣ୍ଡଳୀ ଗ୍ରାମବାସୀ ଡୁଙ୍ଗୁରିପାଲିରେ ମିଳିତ ହୋଇଥିଲେ । ଗ୍ରାମବାସୀଙ୍କ କ୍ରନ୍ଦନ ରୋଳରେ ପ୍ରକମ୍ପିତ ହୋଇ ଉଠିଥିଲା ଅଞ୍ଚଳର ପରିବେଶ । ଜିଲ୍ଲା ପ୍ରଶାସନ ଦେଖାରେଖାରେ ସମସ୍ତ ବିସ୍ଥାପନ କାର୍ଯ୍ୟ ଚାଲିଥିଲା। ଝାଙ୍କରପାଲି ଠାରେ ଗଡ଼ ଶଙ୍କର ଡୁଙ୍ଗୁରିପାଲି ବିସ୍ଥାପିତଙ୍କ ପାଇଁ ତିଆରି ହୋଇଥିବା ଏକ ଅସ୍ଥାୟୀ ମନ୍ଦିରରେ ଜଗନ୍ନାଥଙ୍କୁ ରଖା ଯାଇଥିବା ବେଳେ ଏଥିପାଇଁ ଖୁବଶୀଘ୍ର ମନ୍ଦିର ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବା ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଛି।

Leave a Reply

Your email address will not be published. Required fields are marked *