ବଲାଙ୍ଗିରରେ ଲଘୁଚାପଜନିତ ଲଗାଣ ବର୍ଷା, ସହର ତମାମ ପାଣି ନିଷ୍କାସନ ଅସୁବିଧା

Spread the love

ବଲାଙ୍ଗିର : ଲଘୁଚାପ ଯୋଗୁଁ ସାରା ଓଡ଼ିଶାରେ ବର୍ଷା ଲାଗି ରହିଥିବା ବେଳେ ଗତକାଲି ଠାରୁ ବଲାଙ୍ଗିର ସହରରେ ଝଡ଼ି ବର୍ଷା ଲାଗି ରହିଛି । ସହରର ଅନେକ ସ୍ଥାନରେ ଡ୍ରେନ୍ ଗୁଡ଼ିକ ଜାମ୍ ହୋଇ ଯାଇଥିବା ଫଳରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ ।

ପୁରୁଣା ପ୍ରାଇଭେଟ୍ ବସ୍‌ଷ୍ଟାଣ୍ଡ ପୁରୁଣା ରାଜବାଟି ଠାରୁ ପୌରପାଳିକା କାର୍ଯ୍ୟାଳୟ ଦେଇ ରାଜେନ୍ଦ୍ର ପାର୍କ ପର୍ଯ୍ୟନ୍ତ ରହିଥିବା ଡ୍ରେନ୍ର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଟିକିଏ ବର୍ଷାରେ ସମ୍ପୃକ୍ତ ଡ୍ରେନ୍ ପାଣି ବର୍ଷା ପାଣି ସହ ମିଶି ପାଖାପାଖି ଦୋକାନ ତଥା ଘର ଗୁଡ଼ିକରେ ପଶୁଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଶୋଚନୀୟ ଡ୍ରେନ୍ ଅବସ୍ଥା ଯୋଗୁଁ ପୌରପାଳିକା କାର୍ଯ୍ୟାଳୟ ଭିତରକୁ ମଧ୍ୟ ପାଣି ପଶୁଥିବା ଦେଖିବାକୁ ମିଳୁଛି । ଏହାର ତୁରନ୍ତ ମରାମତି ପାଇଁ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *