ପିପି ଏକାଡେମି ରୁ ଲକ୍ଷ୍ମୀନଗର ରାସ୍ତା ଭିତ୍ତି ପ୍ରସ୍ତର ଦେଲେ ନରସିଂହ

Spread the love

ବଲାଙ୍ଗିର : ଆଜି ସ୍ଥାନୀୟ ପିପି ଏକାଡେମୀ ଛକ ଠାରୁ ମହାଲକ୍ଷ୍ମୀ ନଗର ପର୍ଯ୍ୟନ୍ତ ରାସ୍ତାର ଭିତ୍ତି ପ୍ରସ୍ତର ମାନ୍ୟ ବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କର କମଳରେ ଅନୁଷ୍ଠିତ ହୋଇଯାଇଛି । ପାଖାପାଖି ୫୦୦ ମିଟର ଏହି ରାସ୍ତା ନିର୍ମାଣ ପାଇଁ ପଡା ଲୋକେ ବହୁ ଦିନରୁ ଦାବୀ କରି ଆସୁଥିଲେ ।

ଲୋକଙ୍କ ଆବଶ୍ୟକତାକୁ ଆଖି ଅଗରେ ରଖି ଏହି ରାସ୍ତାଟିକୁ ପୁର୍ତ୍ତ ବିବାଗକୁ ଯେପରି ହସ୍ଥାନ୍ତରିତ ହୋଇ ପାରିବ ସେ ଉପରେ ବିଧାୟକ ପଦକ୍ଷେପ ଗ୍ରହଣ କରିଥିଲେ । ୧ କୋଟି ଚାରି ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ରାସ୍ତା ସହିତ ଡ୍ରେନ ମଧ୍ୟ ନିର୍ମାଣ ହେବ । ରାସ୍ତାର ଗୁଣବତ୍ତା ସହ ଡ୍ରେନ ପାଣୀ ଯେପରି ଉପର ମୁଣ୍ଡରୁ ତଳ ପର୍ଯ୍ୟନ୍ତ ଠିକ ହିସାବରେ ଯାଇ ପାରିବ ସେ ଉପରେ ନିମାର୍ଣ କାରୀ ସଂସ୍ଥାକୁ ବିଧାୟକ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ।

ରାସ୍ତା ନିର୍ମାଣରେ ଗୁଣବତ୍ତା ସହ କାମ ଯେପରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟେରେ ସଂପୁର୍ଣ୍ଣ ହେବ ସେଦିଗରେ ବୋଭାଗୀୟ ଯନ୍ତ୍ରୀ, ନିର୍ମାଣକାରୀ ସଂସ୍ଥା ଓ ସ୍ଥାନୀୟ ବାସିନ୍ଦା ସମନ୍ୱୟ ରକ୍ଷା କରିବେ ବୋଲି ବିଧାୟକ ମିଶ୍ର ଗଣମାଧ୍ୟମରେ ପ୍ରତିକ୍ରୀୟା ଦେଇଛନ୍ତି । ଏହ ସହ ଆଗାମୀ ଦିନରେ ସହର ମଧ୍ୟରେ ବାକି ରହି ଯାଇଥିବା କିଛି ରାସ୍ତା ପୁର୍ତ୍ତ ବିଭାଗକୁ ହସ୍ତାନ୍ତର ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମିଶ୍ର କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଉପସଭାପତି ସନ୍ତକ ବହିଦାର, ମନୀଷ ମିଶ୍ର, ଅଜୟ ତ୍ରିପାଠୀ, ମନୋଜ ପଟ୍ଟନାୟକ, ଜୁଲୁ ପଟ୍ଟନାୟକ, ଜୁଲୁ ମିଶ୍ର, ସନୋଜ ପଟ୍ଟନାୟକ, ଲୋପନ ମିଶ୍ର, ଅଙ୍କିତ ସାହୁ, ନିତିଶ ପ୍ରଧାନ, ଅସିତ ମିଶ୍ର, ମଧୁ ନାଗ, ଆକବର ଖାନ, ରାଜେଶ ହୋତା, ମାନସ ମହାନ୍ତି, ଅମୀୟ ମିଶ୍ର, ସୋମ୍ୟଦୀପ ସରାଫ, ତୁଷାର କୁମ୍ଭାର, ସଞ୍ଜୟ ମିଶ୍ର, ସମୀର କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *