୩ ଗାଁରେ ପାନୀୟ ଜଳ ଯୋଗାଣର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ନରସିଂହ ମିଶ୍ର

Spread the love

ବଲାଙ୍ଗିର : ଗତକାଲି ଗୁରୁବାର ଅପରାହ୍ନ ୫ଟା ସମୟରୁ ଦେଓଗାଁ ବ୍ଳକର କୁତୁର୍ଲା, ଲଣ୍ଡାପଥର ଓ ରୁଗୁଡ଼ିପାଲି ଗାଁରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର। ଏହି ପ୍ରକଳ୍ପ ଦ୍ଵାରା କୁତୁର୍ଲା, ଓ ଲଣ୍ଡାପଥର ପଞ୍ଚାୟତର ସମସ୍ତ ଗାଁ କୁ ପାଇପ ଯୋଗେ ପାନୀୟ ଜଳ ପ୍ରତ୍ୟେକ ଘରକୁ ପହଞ୍ଚିବ । ଭିତ୍ତିପ୍ରସ୍ତର ପରବର୍ତ୍ତୀ ସଭାରେ ବିଧାୟକ ମିଶ୍ର କହିଥିଲେ, ରାଜ୍ୟରେ କେଉଁ ପ୍ରକାର ଶାସନ ଚାଲିଛି କେଜାଣି, ସମାଜର କୌଣସି ଗୋଟିଏ ବି ବର୍ଗର ଲୋକେ ଖୁସିରେ ନାହାନ୍ତି… ଚାଷୀ ତାର ଅମଳର ମୂଲ୍ୟ ପାଉନାହିଁ, ସ୍କୁଲରେ ଶିକ୍ଷକ ନାହାନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ନାରୀ ନିର୍ଯାତନା କଥା ନ କହିବା ଭଲ… ଏହି ସରକାରର ଜଣେ ପୂର୍ବତନ ମନ୍ତ୍ରୀ ଯିଏ କି ମୁଖ୍ୟମନ୍ତ୍ରୀଙ୍କ ବାଲ୍ୟ ବନ୍ଧୁ ବୋଲି ଦାବୀ କରନ୍ତି, ସେ ନିଜେ ସପରିବାର ନିଜ ଘର ବୋହୁକୁ ନିର୍ଯାତନା ଦେଇଛନ୍ତି । କିନ୍ତୁ, ସରକାର ଓ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ପୁରା ନିରବ। କଂଗ୍ରେସ ଦଳ ବାରମ୍ବାର ଭତ୍ତା ବୃଦ୍ଧି, ଧାନର ଉଚିତ ମୂଲ୍ୟ ପ୍ରଦାନ ପାଇଁ ବିଧାନସଭାରେ ଦାବୀ କରି ଆସୁଛି, କିନ୍ତୁ ସରକାର ଗରିବଙ୍କ କଥା ଆଉ ଶୁଣୁନାହିଁ । ମୁରସିଂରେ ଦୁଇ ଦିନ ହେଲା ଟ୍ରାନ୍ସଫରମର ପୋଡ଼ି ଥିବାରୁ ଗାଁ ଲୋକ ଅନ୍ଧାରରେ ଥିବା ବିଷୟରେ ଅବଗତ କରିବା ପରେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ଫୋନ କରି ପ୍ରଥମେ ବିଦ୍ୟୁତ ସଂଯୋଗ ପରେ ବାକି କଥା ବୋଲି ନିର୍ଦ୍ଦେଶ ଦେଇଥିଲେ ।

କୁତୁର୍ଲାରେ ହୋଇଥିବା କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଯଜ୍ଞେଶ୍ୱର ବାବୁ, ଭାଗବତ ନାୟକ, ପ୍ରସନ୍ନ କୁମାର ପଣ୍ଡା, କୁତୁର୍ଲା ସରପଞ୍ଚ ତେଜ ହରପାଲ, ସମିତି ସଭ୍ୟ ପଙ୍କଜିନୀ ଛତ୍ରିଆ, ବଲାଙ୍ଗୀର ସେବାଦଳ ମୁଖ୍ୟ ଅସୀତ ମିଶ୍ର, ବ୍ଳକ ବିଧାୟକ ପ୍ରତିନିଧୀ କାନ୍ତେଶ୍ବର ପଧାନ, ବ୍ଲକ କଂଗ୍ରେସ କମିଟି ସଭାପତି ରାମଜୀ ଚୌଧୁରୀ ପ୍ରମୁଖ ଯୋଗଦେଇଥିବା ବେଳେ ପୂର୍ବ ବ୍ଳକ ଅଧକ୍ଷ କୈଳାଶ ତାଣ୍ଡି, ଡମ୍ବରୁ ହରପାଲ, ବଳାରାମ ନାୟକ, ଟୁନା ସାହୁ , ସମୀର ସାହୁ ସହ ପଞ୍ଚାୟତର ୱାର୍ଡ଼ ସଭ୍ୟ ସଭ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *