ଟ୍ରାକ୍ଟର ଓଲଟି ନାବାଳକ ଡ଼୍ରାଇଭର ମୃତ

Spread the love

ବଲାଙ୍ଗିର : ଟ୍ରାକ୍ଟର ଓଲଟି ପଡିବାରେ ଜଣେ ୧୫ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ଏପରି କିଛି ଦୁଃଖଦ ଘଟଣା ଘଟିଛି ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ବାଦୀବାହାଲ ଗ୍ରାମପଂଚାୟତ ଅନ୍ତର୍ଗତ ଆଗଲାପାଲି ଗାଁରେ।

ସୂଚନାରୁ ପ୍ରକାଶ ଯେ, ଆଜି ସକାଳେ ଏହି ଗାଁ ର ଭଗବତୀ ଦାସଙ୍କ ସାନପୁଅ ସୁନୀଲ ଦାସ ନିଜେ ଟ୍ରାକ୍ଟର ଚଳାଇ ସ୍ଥାନୀୟ ବାଦିବାହାଲ ସରପଞ୍ଚ ପ୍ରଶାନ୍ତ ତ୍ରିପାଠୀଙ୍କ କାମରେ ଯାଉଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିଥିଲା। ଘଟଣାସ୍ଥଳରେ ହିଁ ସୁନୀଲଙ୍କ ପ୍ରାଣବାୟୁ ଉଡିଯାଇଥିଲା। ସୁନୀଲ ଯୋଗୀସୁର୍ଡା ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲେ। ତେବେ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ର ଫିଟନେସ ସାର୍ଟିଫିକେଟ ନଥିବା ଅନୁସନ୍ଧାନରୁ ଜଣାପଡିଛି। ଘଟଣାକୁ ଚପେଇ ଦେବା ପାଇଁ ଭିତିରିଆ ଉଦ୍ୟମ ହେଉଥିବା ଅଞ୍ଚଳରେ ଚର୍ଚା ହେଉଛି। ଲୋଇସିଂହା ପୋଲିସ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ ଜାରି ରଖିଛି।

Leave a Reply

Your email address will not be published. Required fields are marked *