ବଲାଙ୍ଗୀର ୱାର୍ଡ ନଂ.୧୩ ଓ ୧୫ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା ଓ ବିକ୍ଷୋଭ

ବଲାଙ୍ଗୀର : ଆଜି ସ୍ଥାନୀୟ କଚେରୀ ଛକ ଠାରେ ୱାର୍ଡ ନଂ.୧୩ ଓ ୧୫ ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଣିବନ୍ଧ ଏବଂ ପ୍ରତାପସାଗର ବନ୍ଧର ପୁନଃରୁଦ୍ଧାର ଦାବିରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ରାଣୀବନ୍ଧ ଓ ପ୍ରତାପସାଗର ବନ୍ଧ ବଲାଙ୍ଗିର ସହରର ସର୍ବ ପୁରାତନ ବନ୍ଧ ମଧ୍ୟରୁ ଅନ୍ୟତମ । କିନ୍ତୁ ଏଇ ଦୁଇ ବନ୍ଧର ଅବସ୍ଥା ଏବେ ଶୋଚନୀୟ । ରାଣୀବନ୍ଧର ପୁନଃରୁଦ୍ଧାର ପାଇଁ ପ୍ରାୟ ୧.୨୯ କୋଟି ଟଙ୍କା ଆସିଥିବା ବେଳେ, ଏହାର ପୁନଃରୁଦ୍ଧାର ପାଇଁ ବଲାଙ୍ଗିର ପୌର ପରିଷଦର ଆନ୍ତରିକତା ନାହିଁ ଏବଂ କାର୍ଯ୍ୟରେ ଅବହେଳା କରାଯାଉଥିବା ସଦସ୍ୟମାନେ ଅଭିଯୋଗ କରିଥିଲେ । ଆସିଥିବା ଟଙ୍କାରେ କେବଳ ଗାଡୱାଲ ତିଆରି କରିଦେଇ ଠିକାଦାର ପ୍ରୀତି ଦେଖାଉଛି ବଲାଙ୍ଗିର ପୌର ପରିଷଦ । ସୂଚନା ଯୋଗ୍ୟ ଯେ ରାଣୀବନ୍ଧ ର ପାଣି ଉପରେ ୱାର୍ଡ ନଂ.୧୩,୧୪ ଓ ୧୫ର ବାସିନ୍ଦା ନିର୍ଭର କରୁଥିବା ବେଳେ ପ୍ରତାପସାଗର ବନ୍ଧ ଉପରେ ୱାର୍ଡ ନଂ.୧୬ ଓ ୧୯ ର ଲୋକମାନେ ନିର୍ଭର କରନ୍ତି । ଏଇ ଦୁଇ ବନ୍ଧର ଉନ୍ନତିକରଣ କରାନଯିବା ନିନ୍ଦନୀୟ ବୋଲି ସଦସ୍ୟମାନେ ମତ ପ୍ରକାଶ କରିଥିଲେ । ଆଜିର ଏହି ଧାରଣା ଓ ବିକ୍ଷୋଭରେ ନାଗରିକ କମିଟି ସଭାପତି ବେଲାରସିଂ ଭୋଇ, ସଂପାଦକ ମନୋରଂଜନ ସାହୁ, ପୀତବାସ ପଣ୍ଡା, ଦିବାକର ହୋତା, ଏକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀ, ମୁନା ପଟ୍ଟନାୟକ, ଗିରିଶ ସିଂଦେଓ, ସନ୍ତକ ବହିଦାର, ମନୀଷ ମିଶ୍ର, ଜୁଲୁ ପଟ୍ଟନାୟକ, ଆରତିପ୍ରୀତି ନାଗ, ବବିତା ସାହୁ, ସାଇନା ବେଗମ, ଅସୀତ ମିଶ୍ର, ସାନନ୍ଦ ମିଶ୍ର, ସଙ୍ଗିତା କୁମ୍ଭାର, ସୈାମ୍ୟଦିପ ସରାଫ, ସନୋଜ ପଟ୍ଟନାୟକ,ଝୁପଲୁ ମହାନ୍ତି, ସଂଜୟ ମିଶ୍ର, ରାଜେଶ ହୋତା, ମହମ୍ମଦ ଅକବର, ସମିର କୁମ୍ଭାର, ବେଟୁନ ସ୍ୱାଇଁ, ଲୋପନ ମିଶ୍ର, ନାସିର ଖାନ, କୈଳାସ ମିଶ୍ର, ଜୟନାରାୟଣ ବହିଦାର, ବିଜୟ ଖରସେଲ, ସୁଦାମ ସିଂହ, ଜ୍ୟୋସ୍ନା ବେହେରା ଓ ବୁଲୁ ଦାନି ପ୍ରମୁଖ ଉପସ୍ଥିତ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *