ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲିକୁ ରାଜ୍ୟ ସ୍ତରୀୟ କାୟାକଳ୍ପ କମେଣ୍ଡେବଲ୍ ପୁରସ୍କାର

Spread the love

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ରାଜେନ୍ଦ୍ର ଯୁବକ ସଂଘ ଦ୍ଵାରା ପରିଚାଳିତ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲିକୁ ରାଜ୍ୟ ସ୍ତରୀୟ କାୟାକଳ୍ପ କମେଣ୍ଡେବଲ୍ ପୁରସ୍କାର ମିଳିଛି। ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ଵାରା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସଭାଗୃହରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ଟ୍ରଫି ଓ ପୁରସ୍କାର ରାଶିଟି ରାଜେନ୍ଦ୍ର ଯୁବକ ସଂଘର ପ୍ରୋଗ୍ରାମ କୋ ଅର୍ଡିନେଟର ଜାଗ୍ରତ ପାଣଗ୍ରାହୀଙ୍କ ସମେତ ଅତିରିତ୍କ କାର୍ଯ୍ୟନିର୍ବାହୀ ଅଧିକାରୀ ରାମାନୁଜ ପଣ୍ଡା ଗ୍ରହଣ କରିଥିଲେ। ରାଜେନ୍ଦ୍ର ଯୁବକ ସଂଘ ର ପରିଚାଳକ ରାଜେନ୍ଦ୍ର ପାଣଗ୍ରାହୀ ଏହି ଅବସର ରେ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ ଷ୍ଟାଫ୍ ,ଜିଲ୍ଲା ସ୍ବାସ୍ଥ୍ୟ ସମିତି ଇତ୍ୟାଦି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାୟକଳ୍ପ ପୁରସ୍କାର ସ୍ବାସ୍ଥ୍ୟ କେନ୍ଦ୍ର ର ପରିଷ୍କାର ପରିଛନ୍ନତା , ଷ୍ଟାଫ୍ ଙ୍କ ବିଭିନ୍ନ କ୍ଷେତ୍ର ରେ ଦକ୍ଷତା ,ଉତ୍କୃଷ୍ଟ ଧରଣର ସ୍ବାସ୍ଥ୍ୟ ସେବା ,ଔଷଧୀୟ ବଗିଚା , ରୋଗୀଙ୍କ ଜାଣିବା ନିମନ୍ତେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ବାର୍ତ୍ତା , ମେଡିକାଲ ଆବର୍ଜନା ର ସୁପରିଚାଳନା ଇତ୍ୟାଦି କୁ ଆଖି ଆଗରେ ରଖି ରାଜ୍ୟ ସ୍ତରୀୟ ଗଠିତ ଏକ ସ୍ଵତନ୍ତ୍ର ଟିମ୍ ଦ୍ଵାରା ନିର୍ଦ୍ଧାରିତ କରାଯାଇଥାଏ ।

Leave a Reply

Your email address will not be published. Required fields are marked *