ବଲାଙ୍ଗୀର : ରାଜ୍ୟ ଓ କେନ୍ଦ୍ରରେ ଥିବା ସରକାର ନାରୀ ସଶକ୍ତିକରଣ ଓ ନାରୀ ସୁରକ୍ଷାକୁ ନେଇ ଅନେକ ବାହାସ୍ପୋଟ ମାରୁଛନ୍ତି । କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଉଭୟ ସରକାର ନାରୀଙ୍କୁ ସମ୍ମାନ ଦେବାତ ଦୁରର କଥା ନିର୍ଯ୍ୟାତିତ ନାରୀଙ୍କୁ ନ୍ୟାୟ ପ୍ରଦାନ କରିବାରେ ଫେଲ ମାରୁଛନ୍ତି । ସ୍ନେହଲତା ଛତ୍ରିଆ ହେଉ କି ନିରୁପମା ନନ୍ଦ ଘଟଣା, ଆଶା ମେହେର ହେଉ କି ପୁଜା ଜୈନ ଘଟଣା କୌଣସି ଗୋଟିଏ କ୍ଷେତ୍ରରେ ପିଡିତା ହୁଅନ୍ତୁ କି ପିଡିତା ପରିବାର ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇନାହାନ୍ତି । ନାଁକୁ ମାତ୍ର ଦେଶରେ ସିବିଆଇ ଓ ରାଜ୍ୟରେ କ୍ରାଇମ ବ୍ରାଞ୍ଚ ତଦନ୍ତ କରୁଛି ବୋଲି ଅଯଥା ସରକାର ଡିଂଡିମ ପିଟୁଛନ୍ତି । କିନ୍ତୁ ଫଳ ସଂପୁର୍ଣ୍ଣ ଶୁନ । କୌଣସି ଗୋଟିଏ ଘଟଣାରେ ଉଭୟ ସଂସ୍ଥା ନିର୍ଯ୍ୟାଶ ପର୍ଯ୍ୟନ୍ତ ପହଞ୍ଚିଛି ପାରିନ ଥିବା ବେଳେ ପିଡିତା ଓ ପରିବାର ନ୍ୟାୟ ଅପେକ୍ଷାରେ ଚାହିଁ ରହିଛନ୍ତି । ଏଣୁ ଆଜି ବଲାଙ୍ଗିରରେ ପଶ୍ଚିମ ଓଡିଶା ସଂଗଠନ ଦ୍ୱାରା ପିଡିତା ଓ ନିର୍ଯ୍ୟାତିତାମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବଲାଙ୍ଗିର ବନ୍ଦ ର ଡାକରା ଦେଇଥିଲେ । ବଲାଙ୍ଗୀର ନଗର କଂଗ୍ରେସ ଏହି ଡାକରାକୁ ସମର୍ଥନ ଜଣାଇଥିବା ବେଳେ ବନ୍ଦଟି ଅଭୂତପୁର୍ବ ଜନ ସମର୍ଥନ ସହିତ ଶାନ୍ତିପୁର୍ଣ୍ଣ ଭାବେ ପାଳିତ ହୋଇଯାଇଛି ।
ସକାଳୁ ବିଭିନ୍ନ ମହିଳା ସଂଗଠନ, ଗରୀବ ସେନା, ଜିଲ୍ଲା ଦଳିତ ସଂଗଠନ, ଲକ୍ଷେଘର ଗଣ୍ଡା ସମାଜ, ଶ୍ରମିକ ସଂଗଠନଙ୍କ ସହିତ ନଗର କଂଗ୍ରେସ ଏକ ର୍ୟାଲି ମାଧ୍ୟମରେ ପିକେଟିଂ କରି ଖୋଲାଥିବା ଦୋକାନ ବଜାର, ବ୍ୟାଙ୍କ, ସ୍କୁଲ ଓ ସରକାରୀ ବେଶରକାରୀ ଅନୁଷ୍ଠାନ ବନ୍ଦ କରିଥିଲେ । ବଲାଙ୍ଗିର ସିବିଲ କୋର୍ଟ କୁ ଯାଇ କୋର୍ଟକାର୍ଯ୍ୟ ବନ୍ଦ କରିବାକୁ ଜିଲ୍ଲା ଜଜଙ୍କୁ ଅନୁରୋଧ କରିଥିଲେ । ପରେପରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ ସମର୍ଥକଙ୍କୁ ନେଇ ଏକ ବିକ୍ଷେବ ସମାବେଶ ଅନୁଷ୍ଠିତ ହୋଇଥିଲା । ପଶ୍ଚିମ ଓଡିଶା ମହିଳା ସଂଗଠନର ସଭାନେତ୍ରୀ ସବିତା ନନ୍ଦ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବିକ୍ଷୋଭ ସଭାରେ ରାଜ୍ୟରେ ଚହଳ ଶୃଷ୍ଟି କରିଥିବା ସ୍ନେହଲତା ହତ୍ୟାକାଣ୍ଡରେ ପିଡିତା ନ୍ୟାୟ ନପାଇବା ଏବଂ ପରବର୍ତି ସମୟରେ ନିରୁପମା, ଆଶା ମେହେର, ପୁଜା ଜୈନ ଓ ଅଦ୍ରିଜା ମଞ୍ଜରି ସିଂ ଦେଓ ନିର୍ଯ୍ୟାତନା ଘଟଣାରେ ସରକାର ଓପୋଲି ପ୍ରଶାସନର ଭୂମୀକାକୁ ନେଇ କଟୁ ସମଲୋଚନା କରିଥିଲେ । ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ଦେଶରେ ଓଡିଶା ବର୍ତମାନ ନାରୀ ନିର୍ଯ୍ୟାତନା କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କଲାଣି ବୋଲି କହିବା ସହ ବଲାଙ୍ଗିର ରାଜ ପରିବାର ଦ୍ୱାରା ନିର୍ଯ୍ୟାତିତ ବୋହୁ ଅଦ୍ରିଜା ମଞ୍ଜରି ସିଂ ଦେଓ ଉତରାଖଣ୍ଡ ପୋଲିସରେ ଅଭିଯୋଗ ପତ୍ର ଦାଖଲ ଏବଇ ବଲାଙ୍ଗିର ପୋଲିସ ଅଧିକ୍ଷକଙ୍କ ନିଜ ବଲାଙ୍ଗିର ଘରକୁ ଅସିବାକୁ ପୋଲିସ ସୁରକ୍ଷା ମାଗିଥିଲେ ହେଁ ଆଜି ପର୍ଯ୍ୟନ୍ତ ତାଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ନଦେବା, ରାଜ୍ୟ ସରକାରଙ୍କ ନାରୀଙ୍କୁ ସମ୍ମାନ ଦେବା ନାରା ଏକ ଫମ୍ପା ଆବାଜ ବୋଲି କହିଥିଲେ । ଅନ୍ୟ ବକ୍ତା ସାନନ୍ଦ ମିଶ୍ର ଓ ଅସିତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ବାଲ୍ୟବନ୍ଧୁ ଓ ତାଙ୍କ ପରିବାର ପୁର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତୁଣି ଅଦ୍ରିଜା ମଞ୍ଜରି ନିର୍ଯ୍ୟାତନା ଘଟଣାରେ ସାମିଲ ଥିବାରୁ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଗୃହ ବିଭାଗ ଘଣ୍ଟ ଗୋଡାଉ ନାହିଁ ତ ବୋଲି ପ୍ରଶ୍ନ କରିଥିଲେ । ଗରିବ ସେନାର ବିରେନ୍ଦ୍ର ବାଗ ରାଜ୍ୟ ସରକାରଙ୍କ ନାରୀଙ୍କ ପ୍ରତି ଅବହେଳାକୁ ଅସମ୍ମାନ କହିବା ସହ ସରକାରଙ୍କ କଡା ସମାଲୋଚନା କରିଥିଲେ । ଆଗାମୀ ଦିନରେ ଏସବୁ ସମସ୍ୟାର ସମାଧାନ ନହେଲେ ମହିଳାମାନେ ନବୀନ ନିବାସ ଘେରିବାକୁ ପଛାଇବେ ନାହିଁ ବୋଲି ସଭାନେତ୍ରୀ ଶ୍ରୀମତି ନନ୍ଦ କହିଥିଲେ । ସେହିପରି ଲକ୍ଷେଘର ଗଣ୍ଡା ସମାଜର ଦ୍ରୋଣ କୁମ୍ଭାର ଏହି ଆନ୍ଦୋଳନ ଅଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂପାଦିକା ସୁଷମା ବଏ,ଦଳିତ ନେତା ଜ୍ୟେତିଶ ମୁଗ୍ରୀ, ଏକ୍ସ କମିଟିର ଗୋପାଳଜୀ ପାଣୀଗ୍ରାହୀ, ଶ୍ରମିକ ନେତା ବିଭୁତି ମିଶ୍ର, ନାରୀ ନେତ୍ରୀ ନୁତନ ଦାଶ, ଲିଲି ପଟେଲ, କଂଗ୍ରେସ ନେତା ମନୀଷ ମିଶ୍ର, ସନ୍ତକ ବହିଦାର, ବୁଲୁ ଦାନୀ ଓ ଜୁଲୁ ପଟ୍ଟନାୟକ ଉପସ୍ଥିତ ଥିଲେ । ଗଣ୍ଡାବଜା ପତ୍ରିକାର ସଂପାଦକ ତ୍ରିଲୋଚନ ନନ୍ଦ ସଭା ପରିଚାଳନା କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now