Balangir
ବେକରେ ଶାଢ଼ି ଲଗାଇ ଯୁବକର ଆତ୍ମହତ୍ୟା

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ପଞ୍ଚାୟତ ଶାନ୍ତିପୁର ଗାଁ ରେ ଜଣେ ଯୁବକ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।
ସୂଚନା ଅନୁସାରେ, ଶାନ୍ତିପୁର ଗାଁ ର ଗଣେଶ ସାହୁଙ୍କ ପୁଅ ଜ୍ୟୋତି ରଞ୍ଜନ ସାହୁ (୩୦) ଗତକାଲି ବିଳମ୍ବିତ ରାତିରେ ଘର ଉପରେ ଶୋଇବାକୁ ଯାଇଥିଲା ଓ ସକାଳୁ ଉଠିବାରେ ବିଳମ୍ବ ହେବାରୁ ତାଙ୍କର ମୂକ ଭଉଣୀ ରୋଜାଲିନ ସାହୁ ଉଠାଇବା ପାଇଁ ଯାଇଥିଲେ ଓ ସେ ଦେଖିବାକୁ ପାଇଥିଲେ ଯେ ଭାଇର ଶବ ପୂଜା ଘର ଲୁହା ରେଲିଂରେ ବେକରେ ଶାଢ଼ୀ ଲଗାଇ ଝୁଲୁଛି। ରୋଜା ବାପାମାଆଙ୍କୁ ଏ ବାବଦରେ ଜଣାଇଥିଲେ। ସମସ୍ତେ ଯାଇ ସେଠାକୁ ଯାଇ ଜ୍ୟୋତି ରଞ୍ଜନ ମୃତ୍ୟୁବରଣ କରିଥିବା ଜାଣିବାକୁ ପାଇଥିଲେ। ପରେ ଖପ୍ରାଖୋଲ ପୋଲିସକୁ ଖବର ଦେଇଥିବା ବେଳେ ଖପ୍ରାଖୋଲ ପୋଲିସ ମୃତଦେହ ଆଣି ବ୍ୟବଛେଦ କରାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।