Balangir

ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କର ହାତରେ:”ହାସ୍ୟ ଯୋଗ ସ୍ୱାସ୍ଥ୍ୟ ଓ ଆନନ୍ଦ ପାଇଁ” ଶନିବାର ହାସ୍ୟ ଯୋଗ ଅଭ୍ୟାସ ଆରମ୍ଭ

ବଲାଙ୍ଗିର :  ଆଜି ସକାଳ 6 ଘଣ୍ଟା ରୁ 7 ପର୍ଯ୍ୟନ୍ତ ସ୍ଥାନୀୟ ରାଜେନ୍ଦ୍ର ପାର୍କ ପରିସରରେ ” ଆପଣଙ୍କ ସ୍ୱାସ୍ଥ୍ୟ ଆପଣ ଙ୍କ ହାତରେ ” ”ହାସ୍ୟ ଯୋଗ ସ୍ୱାସ୍ଥ୍ୟ ଓ ଆନନ୍ଦ ପାଇଁ” ଅଭ୍ୟାସ ବର୍ଗ ଆଜି ସହଯୋଗ ଫାଉଣ୍ଦେସନ୍ ଦ୍ଵାରା ଆରମ୍ଭ ହୋଇଯାଇଛି l ଖୁସି ରହିବା ସମ୍ପର୍କ ସ୍ୱାସ୍ଥ୍ୟ ରକ୍ଷା ନୀରୋଗ ରହିବା ର ଅନେକ ଗୁଡିଏ ରାସ୍ତା ଯାହା ନିଜକୁ ସୁସ୍ଥ ରଖିବା ପାଇଁ ସହାୟକ ହେବା ସହିତ ବିଭିନ୍ନ ରୋଗ ଯାହା ଚିନ୍ତା ପାଇଁ, ତରତର ହେବାଦ୍ୱାରା ଆମର ମନ ଅଶାନ୍ତ ହେବା ସହିତ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିଥିବା (ଏନ୍ ଏଲ୍ ପି ମାଇଣ୍ଡ ୱିଲନେସ ) ପ୍ରଶିକ୍ଷକ ଆର୍ତ୍ତତ୍ରାଣ ପାଢି ବୁଝାଇବା ସହିତ ଅଭ୍ୟାସ କରାଇ ଥିଲେ I ଆଜିଠାରୁ ଆରମ୍ଭ ହୋଇଥିବା ସବୁ ବର୍ଗ ବୟସ ପୁରୁଷ ଓ ମହିଳା ମାନଙ୍କ ପାଇଁ ଆରମ୍ଭ ହୋଇଥିବା, ନିଶୁଳ୍କ ପ୍ରବେଶ ରହି ଥିବା ””ସହଯୋଗ ଫାଉଣ୍ଦେସନ୍”ର ବିଭିନ୍ନ ପ୍ରକାର ଉଦ୍ୟମ ମଧ୍ୟରେ ଏହା ଅନ୍ୟତମ ବୋଲି ଯେ ସି ଅନିଲ ପିଙ୍କି ମୋଦି ପ୍ରକାଶ କରିଛନ୍ତି I ବଲାଙ୍ଗିର ସହର ମଧ୍ୟରେ ସୁସ୍ଥ ନିରୋଗ ଖୁସି ରହିବାକୁ ଆଗ୍ରହୀ ରାଜେନ୍ଦ୍ର ପାର୍କ ଯୋଗ ଗ୍ରୁପ, ମର୍ଣିଂ ୱାକ ଗ୍ରୁପ, ସମେତ ସକାଳ ପଦଚାରୀମାନେ ଆଜିର କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ I ଆଗକୁ ମଧ୍ଯ ପ୍ରତି ଶନିବାର ସକାଳୁ ଅଭ୍ୟାସ ଚାଲୁ ରହିବ ବୋଲି ନିଷ୍ପତ୍ତି ହୋଇଛି I ଆଜିକାଲି ବ୍ୟସ୍ତ ବହୁଳ ସମାଜ ରେ ସମସ୍ତ ଙ୍କ ମୁହଁରୁ ହସ ଉଭେଇ ଯାଇଥିବା ବେଳେ ଜୀବନରେ ହାସ୍ୟ ସ୍ବାସ୍ଥ୍ୟ ଓ ସମ୍ପଦ ପାଇଁ ନିହାତି ଉପଯୋଗୀ ତାହା ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଅନୁଭବ କରି ପାରିବେ ତାହା ଜୀବନ ଚର୍ଯ୍ୟା ରେ ନିହାତି ଉପଯୋଗୀ।

Related Articles

Leave a Reply

Your email address will not be published.

Back to top button