BhadrakLatest Newsଦୁର୍ଘଟଣା

ଭାରସାମ୍ୟ ହରାଇ ଓଲଟିଲା ବସ୍, ୨୫ ଆହତ ୬ ଗୁରୁତର

ଭଦ୍ରକ ଭଣ୍ଡାରୀପୋଖରୀରେ ଭାରସାମ୍ୟ ହରାଇ ଓଲଟିଲା ବସ୍ । ଫଳରେ ୨୫ ଜଣ ଆହତ ହେବା ସହ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରୁ ଏକ ତୀର୍ଥଯାତ୍ରୀ ବସ୍ ଟି ୧୬ ନମ୍ବର ଜାତୀୟ ରାଜପଥ ଦେଇ ପୁରୀ ଯାଉଥିବା ବେଳେ ଭଣ୍ଡାରୀ ପୋଖରୀ ଥାନା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ବସ୍‌ରେ ଥିବା ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ବସ୍ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ଆହତ ଯାତ୍ରୀମାନଙ୍କୁ ଭଣ୍ଡାରୀପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପରେ ଅଧିକ ଗୁରୁତରଙ୍କୁ ଭଦ୍ରକ ଜିଲ୍ଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ତେବେ ଦ୍ରୁତ ଗତି ଓ ଗାଡି ଚଳାଇବା ବେଳେ ଗାଡି ଚାଳକଙ୍କ ଅସାବଧାନତା ଯୋଗୁଁ ଏପରି ହୋଇଥିବା ସ୍ଥାନୀୟ ଲୋକେ କହିଛିନ୍ତି ।

Related Articles

Leave a Reply

Your email address will not be published.

Back to top button