ଓଡ଼ିଶା

୮୫୦ ବ୍ୟବସାୟୀ ହାତେଇଲେ ପ୍ଲଟ

କଟକ: ଆଉମାତ୍ର ୧୦ ଦିନର ଅପେକ୍ଷା  । ଏଥର ଓଡିଶା ଦେଖିବ ସମ୍ପୂର୍ଣ୍ଣ ନୂଆ ରୂପରେ ବାଲିଯାତ୍ରା । ଏନେଇ ଦିନରାତି ଏକ କରିଦେଇଛି କଟକ ଜିଲ୍ଲା ପ୍ରଶାସନ । ପ୍ଲଟ ନିଲାମ ଶେଷ ହେବା ପରେ ଆଜି ହେଉଛି ସ୍ପେଶାଲ ଅକ୍ସନ । ଅନ୍ୟପଟେ ବାଲିଯାତ୍ରା ପଡ଼ିଆରେ ପହଁଚିଲେଣି ରାଜ୍ୟ ବାହାର ଫେରିବାଲା । ଭଳିକିଭଳି ଘରକରଣା ସାମଗ୍ରୀ ସହିତ ନିଜ ପସରା ମେଲାଇଛନ୍ତି ଉପର ବାଲିଯାତ୍ରା ପଡ଼ିଆରେ । କଟକିଆ ବି ପହଂଚିଲେଣି ଖରିଦଦାରୀ ପାଇଁ ।

ଅନ୍ୟପଟେ ସରିଲା ପ୍ଲଟ ଅକ୍ସନ ଅବଧି । ୮୫୦ ବ୍ୟବସାୟୀ ହାତେଇଲେ ମନଲାଖି ପ୍ଲଟ । ବଳକା ପ୍ଲଟ ପାଇଁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ନିଲାମ ବ୍ୟବସ୍ଥା । ଯେଉଁ ବ୍ୟବସାୟୀମାନେ ନିଲାମ ପକ୍ରିୟାରେ ସାମିଲ ହୋଇ ମଧ୍ୟ ପ୍ଲଟ ହାତେଇ ପାରି ନାହାନ୍ତି  ସେମାନଙ୍କ ପାଇଁ ଆରମ୍ଭ ହୋଇଛି ଏହି ସ୍ପେଶାଲ ଅକ୍ସନ । ଏହି ସ୍ପେଶାଲ ଅକ୍ସନରେ ବି ଦେଖିବାକୁ ମିଳିଛି ବ୍ୟବସାୟୀଙ୍କ ଭିଡ଼ । ଏହାଛଡା ଯେଉଁ ବ୍ୟବସାୟୀ ମାନେ ଆଜି ପର୍ଯ୍ୟନ୍ତ ନିଲାମରେ ଭାଗ ନେଇ ପାରିନାହାନ୍ତି ସେମାନଙ୍କ ପାଇଁ ଆସନ୍ତା ୨୮ ଓ ୨୯ ରେ ହେବ ଅନ ସ୍ପଟ ବୁକିଙ୍ଗ ।

ଅନ୍ୟପଟେ ବାଲିଯାତ୍ରା ପଡ଼ିଆରେ ପହଂଚିଲେଣି ରାଜ୍ୟ ବାହାର ଫେରିବାଲା । ରଙ୍ଗ ବେରଙ୍ଗର ପ୍ଲାଷ୍ଟିକ ଫୁଲର ପସରା ମେଲିଗଲାଣି ଉପର ବାଲିଯାତ୍ରା ପଡିଆରେ । ଦୀର୍ଘ ୨୦ବର୍ଷ ଧରି ବାଲିଯାତ୍ରା କୁ ଆସି ବେପାର କରୁଥିବା ଏହି ବ୍ୟବସାୟୀ ମାନେ ଚଳିତ ବର୍ଷ ବେଶ ଭଲ ବ୍ୟବସାୟ ହେବାକୁ ନେଇ ବେଶ ଆଶାବାଦୀ । ଫୁଲମାଳ ଠାରୁ ଆରମ୍ଭ କରି କପ ପ୍ଲେଟ dinner set ଭଳି ସାମଗ୍ରୀ ନେଇ ଆନ୍ଧ୍ରପ୍ରଦେଶ ରୁ ଆସିଛନ୍ତି ପ୍ରାୟ ୨୦ ପରିବାର । ଏଥର କିନ୍ତୁ ମନଇଚ୍ଛା ବସି ବ୍ୟବସାୟ କରିପାରିବେନି ଏଥର । ଉପଯୁକ୍ତ ଟଙ୍କା ଜମାଦେଇ ଏଥର ପ୍ଲଟ ବୁକିଙ୍ଗ କରିବାକୁ ପଡିବ ସମସ୍ତଙ୍କୁ । ଏ ନେଇ ଟିକେ ଚିନ୍ତିତ ଅଛନ୍ତି କ୍ଷୁଦ୍ର ।  ତେବେ ୨୦ ବର୍ଷ ତଳ ବାଲିଯାତ୍ରା ଆଉ ଆଜିର ବାଲିଯାତ୍ରା ଭିତରେ ବେଶ ଫରକ ଆସିଲାଣି ବୋଲି କହିଛନ୍ତି ବୃଦ୍ଧା ବ୍ୟବସାୟୀ ଶୋଭା।

ଦୁଇବର୍ଷ ବନ୍ଦ ପରେ ଚଳିତ ବର୍ଷ ବାଲିଯାତ୍ରାକୁ ସମ୍ପୂର୍ଣ୍ଣ ନିଆରା କରିବାକୁ  ପ୍ରୟାସ କରୁଛି ପ୍ରଶାସନ ।

ଦୀପ୍ତିରଞ୍ଜନ ଶତପଥୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button